Odisha Link
Bridging the Missing Links in Odisha

ଅତଡା ଖସି କୂଅରେ ଫସିଲେ ୫ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି

ଢେଙ୍କାନାଳ: କୂଅ ଖୋଳୁଥିବା ବେଳେ କୂଅରେ ଫସିଲେ ଶ୍ରମିକ। ଅତଡା ଖସିବାରୁ ଚାପିହୋଇ କୂଅରେ ଫସିଗଲେ ୫ ଶ୍ରମିକ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଆଳତୁମା ଗାଁରେ ଏହି ଘଟଣା ଘଟିଛି।

ସୂଚନା ମୁତାବକ, କୂଅରେ ନନ୍ଦ ବସାଉଥିବା ସମୟରେ ମାଟି ଅତଡ଼ା ଧସିବାରୁ ଶ୍ରମିକମାନେ ଆଉ କୂଅରୁ ବାହାରି ପାରିନଥିଲେ। କାମାକ୍ଷାନଗର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୩ଟି ଜେସିବି ମେସିନ ସାହାଯ୍ୟରେ ଶ୍ରମିକ ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

ତେବେ ମାଟି ଅତଡ଼ା ତଳୁ ୪ ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଅନ୍ୟ ଜଣେ ଶ୍ରମିକ ଏବେ ବି କୂଅରେ ଫସି ରହିଥିବା ସୂଚନା ମିଳିଛି।

Leave A Reply

Your email address will not be published.