Odisha Link
Bridging the Missing Links in Odisha

ସିଆରପିଏଫ ମୁଖ୍ୟାଳୟକୁ ଧମକପୂର୍ଣ୍ଣ ଇମେଲ, ଶାହା ଓ ଯୋଗୀଙ୍କ ଜୀବନ ପ୍ରତି ବିପଦ

ମନ୍ଦିର ବିମାନ ବନ୍ଦରରେ ବୋମା ବିସ୍ଫୋରଣ ଆଶଙ୍କା

ନୂଆଦିଲ୍ଲୀ: ମୁମ୍ବାଇର ସିଆରପିଏଫ(ସେଣ୍ଟ୍ରାଲ ରିଜର୍ଭ ପୁଲିସ ଫୋର୍ସ) ମୁଖ୍ୟାଳୟକୁ ଏକ ଧମକପୂର୍ଣ୍ଣ ଇ-ମେଲ୍ ଆସିଛି। ଏହି ଇ-ମେଲରେ ଲେଖାଯାଇଛି ଯେ, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଜୀବନ ବିପଦରେ ରହିଛି। ଏହା ସହିତ ସର୍ବସାଧାରଣ ସ୍ଥାନ, ମନ୍ଦିର ଏବଂ ବିମାନ ବନ୍ଦରରେ ଏକାଧିକ ବୋମା ବିସ୍ଫୋରଣ ହେବାର ଆଶଙ୍କା ରହିଛି।

ଏହି ଇମେଲଟି ଚାରିରୁ ପାଞ୍ଚ ଦିନ ପୂର୍ବରୁ ଆସିଥିବାବେଳେ ଏବେ ଅନୁସନ୍ଧାନ ପାଇଁ ଇମେଲଟିକୁ ଏନଆଇଏ ସମେତ ଗୁପ୍ତଚର ସଂସ୍ଥାକୁ ପଠାଯାଇଛି। ଦେଶର ସମସ୍ତ ପ୍ରମୁଖ ଏଜେନ୍ସିମାନେ ଏହାର ଅନୁସନ୍ଧାନରେ ନିୟୋଜିତ ଥିବାବେଳେ ଏହା କେଉଁଠାରୁ ଆସିଛି ଓ କିଏ ପଠାଇଛି ତାହାକୁ ନେଇ ତଦନ୍ତ ଚାଲିଛି।

ସୂଚନାଯୋଗ୍ୟ, ଗତ ବର୍ଷ ଅକ୍ଟୋବରରେ ଏନଆଇଏ କଣ୍ଟ୍ରୋଲ ରୁମକୁ ଏଭଳି ଏକ ଫୋନ କଲ ଆସିଥିଲା। ଅନୁସନ୍ଧାନରୁ ଜଣାପଡିଥିଲା ଯେ ଫୋନ କଲ ପାକିସ୍ତାନର କରାଚିରୁ ଆସିଥିଲା। ଏହି ଫୋନ କଲରେ ମୁମ୍ବାଇ ବନ୍ଦର ଉପରେ ଆତଙ୍କବାଦୀ ସଂଗଠନ ଜୈସ-ଏ-ମହମ୍ମଦ ଆକ୍ରମଣ କରିବାର ଯୋଜନା ଥିବାର କୁହାଯାଇଥିଲା।