Odisha Link
Bridging the Missing Links in Odisha

ସିଲ୍ ହେଲା ସିଲିକନ୍ ଇଞ୍ଜିନିୟରିଂ କଲେଜ, ଦେଖନ୍ତୁ ଭିଡିଓ

ଭୁବନେଶ୍ବର: ଅଣାୟାତ୍ତ କଲାଣି ମହାମାରୀ କରୋନା।‌ ଦିନକୁ ଦିନ କରୋନା ସକ୍ରଂମଣ ହାର ବଢ଼ିବାରେ ଲାଗିଛି। ରାଜ୍ୟରେ  କରୋନା ଗ୍ରାଫ୍‌ ଉପରମୁହାଁ ରହୁଥିବା ବେଳେ ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। ଏହାରି ମଧ୍ୟରେ କୋଭିଡ୍ କଟକଣା ଉଲଂଘନ ଅଭିଯୋଗରେ ସିଲିକନ୍ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ବିଏମସି ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ଶିକ୍ଷାନୁଷ୍ଠାନକୁ ପୂର୍ବରୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି। ଏ ନେଇ ସନ୍ତୋଷଜନକ ଉତ୍ତର ରଖିପାରିଲେ ନାହିଁ ଶିକ୍ଷାନୁଷ୍ଠାନ କର୍ତ୍ତୃପକ୍ଷ। ବିଏମସି ପକ୍ଷରୁ ସିଲିକନ୍ ଶିକ୍ଷାନୁଷ୍ଠାନକୁ ସିଲ୍ କରାଯାଇଛି।