କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଲେ ମୋଦି

ନୂଆଦିଲ୍ଲୀ: ଆଜି କରୋନା ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦିଲ୍ଲୀ ଏମସ୍ରେ ଟିକାର ଦ୍ୱିତୀୟ ଡୋଜ୍ ନେଇଛନ୍ତି। ପୂର୍ବରୁ ସେ ମାର୍ଚ୍ଚ ୧ ତାରିଖରେ ପ୍ରଥମ ଡୋଜ୍ ନେଇଥିଲେ। ଏନେଇ ସେ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ।
ଏଥିସହ ମୋଦୀ ଜନସାଧାରଣଙ୍କୁ ଅପିଲ୍ କରିଛନ୍ତି ଯେ, କୋ-ୱିନ୍ ଆପ୍ରେ ପଞ୍ଜୀକରଣ କରି ଟିକା ନିଅନ୍ତୁ। କାରଣ ଟିକାକରଣ ହେଉଛି ଗୋଟିଏ ରାସ୍ତା, ଯହା ଦ୍ୱାରା କରୋନା ଭୁତାଣୁକୁ ହରାଯାଇ ପାରିବ।
ସୁଚନାଯୋଗ୍ୟ, ଦେଶରେ କରୋନା ସଂକ୍ରମଣ ସ୍ଥିତି ବିଗିଡିବାରେ ଲାଗିଛି। ତେଣୁ ପ୍ରଧାନମନ୍ତ୍ରୀ ଟିକାକରଣକୁ ସମଗ୍ର ଦେଶରେ ତ୍ୱରାନ୍ୱିତ କରିଛନ୍ତି। ପ୍ରତିଦିନ ଦେଶରେ ଲକ୍ଷ ଲକ୍ଷ ଲୋକ ଟିକା ଗ୍ରହଣ କରୁଛନ୍ତି।