Odisha Link
Bridging the Missing Links in Odisha

ସିଲ୍‌ ହେଲା ୨ ସିନେମା ହଲ୍

ପାରଳାଖେମୁଣ୍ଡି: ରାଜ୍ୟରେ ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। କରୋନା ଗ୍ରାଫ୍ ଉପରମୁହାଁ ରହୁଥିବା ବେଳେ ଦିନକୁ ଦିନ ସ୍ଥିତି ବିଗିଡିବାରେ ଲାଗିଛି। ଏହାରି ଭିତରେ ପାରଳାଖେମୁଣ୍ଡିର ୨ଟି ସିନେମା ହଲକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସିଲ କରାଯାଇଛି।

ଜୟ ମା’ ଓ ଲକ୍ଷ୍ମୀ ନାମକ ଦୁଇଟି ସିନେମା ହଲକୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସିଲ କରାଯାଇଛି। କୋଭିଡ ଗାଇଡଲାଇନ ଉଲ୍ଲଂଘନ ଅଭିଯୋଗରେ ସିନେମା ହଲକୁ ସିଲ କରାଯାଇଛି। ଗତକାଲି ଏକ ତେଲୁଗୁ ଫିଲ୍ମ ଦେଖିବାକୁ ପ୍ରବଳ ଭିଡ଼ ହୋଇଥିଲା। ଟିକେଟ କାଉଣ୍ଟର ଆଗରେ ପୁଲିସ ଲାଠି ମାଡ଼ ମଧ୍ୟ କରିଥିଲା। କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

ଗତକାଲି ରାୟଗଡ଼ାର ବି ଏକ ସିନେମା ହଲ ସିଲ ହୋଇଥିଲା। ସିନେମା ହଲରେ କରୋନା କଟକଣା କଡ଼ାକଡ଼ି ପାଳନ କରାନଗଲେ ଏଭଳି ପଦକ୍ଷେପ ଗ୍ରହଣ କରାଯିବ ବୋଲି କୁହାଯାଇଛି। ସିନେମା ହଲରେ ଲୋକେ ବହୁ ପାଖାପାଖି ବସୁଥିବା ଦେଖିବାକୁୁ ମିଳିଛି।

Leave A Reply

Your email address will not be published.