ଇମାମୀ ପେପର ମିଲ୍ରୁ ୧୦୧ ପଜିଟିଭ ଚିହ୍ନଟ

ବାଲେଶ୍ୱର: କାୟା ବିସ୍ତାର କଲାଣି ମହାମାରୀ କରୋନା। ଦିନକୁ ଦିନ କରୋନା ସଂକ୍ରମଣ ହାର ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଏହାରି ଭିତରେ ଇମାମୀ ପେପର ମିଲରୁ ୧୦୧ ପିଜିଟିଭ ଚିହ୍ନଟ ହୋଇଛନ୍ତି।
Related Posts
ଆଜି ବାଲେଶ୍ୱର ଜିଲ୍ଲାରୁ ୧୫୮ ପଜିଟିଭ ମଧ୍ୟରୁ କେବଳ ଇମାମୀରୁ ୧୦୧ ପିଜିଟିଭ ଚିହ୍ନଟ ହୋଇଛନ୍ତି। ପୂର୍ବରୁ ପେପର ମିଲରୁ ୨ ଚିହ୍ନଟ ହୋଇଥିବାବେଳେ ଆଜି ଆଉ ୧୦୧ ପିଜିଟିଭ ଚିହ୍ନଟ ହୋଇଛନ୍ତି।
ଇମାମୀର ଏକ କଲୋନୀକୁ ମାଇକ୍ରୋ କଣ୍ଟେନମେଣ୍ଟ ଘୋଷଣା କରାଯାଇଛି । ମିଲର ୩ଟି ୟୁନିଟ ମଧ୍ୟରୁ ଗୋଟିଏ ୟୁନିଟକୁ ବନ୍ଦ କରିଛି ପ୍ରଶାସନ। ଏନେଇ ସୂଚନା ଦେଇଛନ୍ତି ବାଲେଶ୍ୱର ସିଡିଏମଓ ଦୁଲାଲସେନ ଜଗଦେ୍ଧବ।