Odisha Link
Bridging the Missing Links in Odisha

ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ

କଟକ: ଗ୍ୟାଙ୍ଗଷ୍ଟାର ହାଇଦର ସହଯୋଗୀ ୟାକୁବର ଆତ୍ମସମର୍ପଣ। କଟକ ଚାଉଳିଆଗଞ୍ଜ ଥାନାରେ ଆତ୍ମସମର୍ପଣ କରିଛି ୟାକୁବ। ପୂର୍ବରୁ ଆତ୍ମସମର୍ପଣ କରିବା ନେଇ ଗଣମାଧ୍ୟମରେ ଆଗରେ କହିଥିଲା ୟାକୁବ। ଏଥିସହ ହାଇଦରକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ଜାରି ରଖିଛି କମିଶନରେଟ୍‌ ପୋଲିସ।

ଗତକାଲି ଏକ ସାକ୍ଷାତକାରରେ ୟାକୁବ ଅନେକ ଗୁମର ଖୋଲିଥିଲା। ସେ କହିଥିଲା ଯେ, କଟକ ଏସସିବିରେ ହାଇଦରକୁ ଭେଟିଥିଲା। କାମଧନ୍ଦା ପାଇଁ ଦୁଇ ତିନି ଥର ଭେଟିଥିଲା। ବାଲିଘାଟ ଓ ଠିକା କାମ ପାଇଁ ହାଇଦରକୁ ୟାକୁବ କହିଥିଲା। ସବୁଠୁ ବଡ କଥା ହେଲା କି ୟାକୁବ ହାଇଦର ପାଇଁ ବିରିଆନି ନେଇ ସର୍ଜରୀ ଓ୍ଵାର୍ଡକୁ ମଧ୍ୟ ଯାଇଥିଲା।

ଗ୍ୟାଙ୍ଗଷ୍ଟାର ହାଇଦର ଫେରାର ଥିବା ବେଳେ ୟାକୁବ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ଚାହୁଁଛି। ପୋଲିସକୁ ତଦନ୍ତରେ ସହାୟତା କରିବାକୁ ମଧ୍ୟ ପ୍ରସ୍ତୁତ ରହିଛି। ହାଇଦର କେଉଁଠି ଅଛନ୍ତି ମୁଁ ଜାଣିନାହିଁ। ମୁଁ ଚାହୁଁନି ମୋ ପରିବାର ମୋ ପାଇଁ ଅସୁବିଧାରେ ନପଡୁ। ତେଣୁ ମୁଁ ପୋଲିସଠାରେ ଆତ୍ମ ସମର୍ପଣ କରିବାକୁ ଚାହୁଁଛି ବୋଲି ୟାକୁବ କହିଥିଲା।

Leave A Reply

Your email address will not be published.