Odisha Link
Bridging the Missing Links in Odisha

ଆଜି ଭୁବନେଶ୍ବର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ବରର ୭୩ତମ ପ୍ରତିଷ୍ଠା ଦିବସ। ୧୯୪୮ ମସିହା ଏପ୍ରିଲ ୧୩ ତାରିଖରେ ଭୁବନେଶ୍ବରକୁ ରାଜଧାନୀ ମାନ୍ୟତା ମିଳିଥିଲା  ଐତିହ୍ୟ, କୀର୍ତ୍ତିରାଜି, ମନ୍ଦିର, ସ୍ଥାପତ୍ୟ କଳାରେ ଭରପୂର ଭୁବନେଶ୍ବର ବିଶ୍ବ ଦରବାରରେ ନୂଆ ପରିଚୟ ସୃଷ୍ଟି କରିଛି।ଭୁବନେଶ୍ବର ଶିକ୍ଷା ହବ୍, ଆଇଟି ହବ୍‌ର ପରିଚୟ ପାଇଛି। ପୁରୁଷ ହକି ବିଶ୍ବକପ୍‌, ଏସିଆନ୍ ଆଥ୍‌ଲେଟିକ ଗେମ୍‌ ଭଳି ଅନ୍ତର୍ଜାତୀୟ କ୍ରୀଡ଼ା ପ୍ରତିଯୋଗିତା ଆୟୋଜନ କରି ଭୁବନେଶ୍ବର ଦେଶର କ୍ରୀଡ଼ା ରାଜଧାନୀ ପାଲଟିବା ସହ ବିଶ୍ବ ମାନଚିତ୍ରରେ ନିଜର ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛି ଭୁବନେଶ୍ବର।

କୋଭିଡ କଟକଣା ଯୋଗୁଁ ନିରାଡମ୍ବର ଭାବେ ପାଳନ ହେବ ଭୁବନେଶ୍ବର ପ୍ରତିଷ୍ଠା ଦିବସ। ଚଳିତ ବର୍ଷ କରୋନା ପାଇଁ ପରେଡକୁ ବାତିଲ କରାଯାଇଛି। ବିଧାନସଭା ସମ୍ମୁଖରେ ଥିବା ରାଜଧାନୀ ପ୍ରତିଷ୍ଠା ଫଳକରେ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି।

ରାଜଧାନୀର ପ୍ରତିଷ୍ଠା ଦିବସର ପୂର୍ବ ସନ୍ଧ୍ୟାରେ ରାଜଧାନୀର ପ୍ରମୁଖ ସରକାରୀ କାର୍ଯ୍ୟାଳୟ ଗୁଡିକୁ ଆଲୋକିକରଣ କରାଯାଇଛି। ରାଜଧାନୀର ରାସ୍ତାଘାଟ, ସରକାରି କାର୍ଯ୍ୟଳୟକୁ ରଙ୍ଗ ବେରଙ୍ଗ ଲାଇଟରେ ସଜା ଯାଇଛି।

Leave A Reply

Your email address will not be published.