Odisha Link
Bridging the Missing Links in Odisha

ରାୟଗଡ଼ାରେ ମୃଦୁ ଭୂକମ୍ପ

ରାୟଗଡା: ରାୟଗଡ଼ାରେ ମୃଦୁ ଭୂକମ୍ପ। ଆଜି ଭୋର ପ୍ରାୟ ୪ଟା ସମୟରେ ରାୟଗଡ଼ା ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପର ଝଟ୍‌କା ଅନୁଭୂତ ହୋଇଥିବାର ସୂଚନା ମିଳିଛି। ଭୂକମ୍ପର ତ୍ରିବତା ରିକ୍ଟର ସ୍କେଲ୍‌ରେ ୩.୨ ଥିବା ନେଇ ଜଣାପଡିଛି।

ଭୋର ୪ଟା ସମୟରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଲୋକେ ନିଜ ଘରୁ ବାହାରକୁ ବାହାରି ଆସିଥିଲେ। ଭୂକମ୍ପର ଝଟ୍‌କା ଅଧିକ ଥିଲେ ବି କୌଣସି କ୍ଷୟକ୍ଷତିର ସୂଚନା ମିଳିପାରିନାହିଁ।

Leave A Reply

Your email address will not be published.