Odisha Link
Bridging the Missing Links in Odisha

ଚିନ୍ତା ବଢାଇଲା କୁମ୍ଭମେଳା: ୭୦୦୦ରୁ ଉର୍ଦ୍ଧ୍ବ କରୋନା ସଂକ୍ରମିତ

ଡେରାଡୁନ: କାୟା ମେଲାଉଛି ମହାମାରୀ କରୋନା। ଦେଶରେ ହୁହୁ ବଢିବାରେ ଲାଗିଛି ଆକ୍ରାନ୍ତଙ୍କ ସଂଖ୍ୟା। ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଥିବା ବେଳେ ବିଶ୍ୱ ପ୍ରସିଦ୍ଧ କୁମ୍ଭମେଳାରୁ ସ୍ଥିତି ସଂଘାତିକ ହୋଇ ପଡିଛି।

କୁମ୍ଭମେଳାରେ ସାଧାରଣ ଲୋକ ଏବଂ ସେଠାକୁ ଆସିଥିବା ସନ୍ଥମାନେ କରୋନା ନିୟମି ଫୁ କରିବାରୁ ସଂକ୍ରମଣ ହାର ଢିବାରେ ଳାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ କୁମ୍ଭମେଳାରେ ୫୦ ସନ୍ଥ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୫୩ ଜଣ ଶ୍ରଦ୍ଧାଳୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗତ ୫ ଦିନରେ ୭୦୦୦ରୁ ଅଧିକ ଲୋକ ଏହି କୁମ୍ବମେଳାରୁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।

ଏଭଳି ସ୍ଥିତିରେ ସରକାର ମେଳାକୁ ରୋକିବା ନେଇ କୌଣସି ପଦକ୍ଷେପ ନ ନେଇ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଏପ୍ରିଲ୍ ୩୦ ପର୍ଯ୍ୟନ୍ତ ଏହା ଜାରି ରହିବ ବୋଲି କହିଛନ୍ତି। ଯାହା ରାଜ୍ୟର କରୋନା ସ୍ଥିତିକୁ ଗମ୍ଭୀର କରିବାରେ ଲାଗିଛି। ନିକଟରେ ନିର୍ବାଣ ଆଖାଡାର ସନ୍ଥ କପିଲଦେବଙ୍କ କରୋନାରେ ମୃତ୍ୟୁ ହେବା ପରେ ଦୁଇଟି ଆଖଡାର ସାଧୁ ସନ୍ଥମାନେ ଏହି ମେଳାକୁ ବନ୍ଦ କରିବାକୁ ଅପିଲ୍ କରିଥିଲେ।

Leave A Reply

Your email address will not be published.