Odisha Link
Bridging the Missing Links in Odisha

ମନମୋହନ ସିଂଙ୍କୁ କରୋନା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କୁ କରୋନା। କରୋନାରେ ସଂକ୍ରମିତ ହେବା ପରେ ଦିଲ୍ଲୀ ଏମ୍ସରେ ଭର୍ତ୍ତି ହୋଇଛନ୍ତି ମନମୋହନ ସିଂ।

ଗତକାଲି କୋଭିଡ୍ ମୁକାବିଲା ପାଇଁ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। ଯେଉଁଥିରେ ଟିକାକରଣକୁ ବଢ଼ାଇବାକୁ ସେ ପରାମର୍ଶ ଦେଇଥିଲେ।

କେତେ ସଂଖ୍ୟାରେ ଲୋକ ଟିକା ନେଇଛନ୍ତି ବୋଲି ସରକାର ଗୁରୁତ୍ୱ ଦେବା ଅପେକ୍ଷା କେତେ ପ୍ରତିଶତ ଲୋକ ଟିକା ନେଇଛନ୍ତି ସେ ନେଇ ଗୁରୁତ୍ୱ ଦେବା ଦରକାର ବୋଲି ମନମୋହନ ସିଂହ କହିଥିଲେ।

କରୋନାରେ ଅନେକ ଲୋକ ଜୀବିକା ହରାଇଛନ୍ତି। ଏବେ ଦ୍ୱିତୀୟ ଲହର ଆସିଛି ଯାହାକି ପୂର୍ବ ଅପେକ୍ଷା ଅଧିକ ପ୍ରଭାବଶାଳୀ। ତେଣୁ ଏହାର ମୁକାବିଲା ପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ହେବ। ଟିକାକରଣ କାର୍ଯ୍ୟକ୍ରମକୁ ଆହୁରି ତୀବ୍ର କରିବାକୁ ହେବ।

Leave A Reply

Your email address will not be published.