Odisha Link
Bridging the Missing Links in Odisha

ରୁକୁଣା ରଥଯାତ୍ରା ପାଇଁ ୧୪୪ ଧାରା

ଭୁବନେଶ୍ୱର: ରାଜ୍ୟରେ ହୁହୁ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ବିନା ଭକ୍ତରେ ରୁକୁଣା ରଥଯାତ୍ରା ଅନୁଷ୍ଠିତ ହେବ। ଏଥିରେ କୌଣସି ଭକ୍ତ ଯୋଗ ଦେଇପାରିବେ ନାହିଁ। କେବଳ ମାତ୍ର ସେବାୟତ ମାନଙ୍କ ଉପସ୍ଥିିତିରେ ରୁକୁଣା ରଥଯାତ୍ରା ଆୟୋଜନ ହେବ।

ଆସନ୍ତାକାଲି ରୁକୁଣା ରଥଯାତ୍ରା ପାଇଁ ଦିନ ୧୨ଟାରୁ ସଂଧ୍ୟା ୭ଟା ଯାଏଁ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ହେବ। ଏହି ସମୟରେ ଉକ୍ତ ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯିବ ବୋଲି ଘୋଷଣା ହୋଇଛି। ପୁରା ମନ୍ଦିର ପରିସର ଏବଂ ରଥ ପରିସରରେ ୧୪୪ ଧାରା ଲାଗୁ ହେବ। ଏହାକୁ ତଦାରଖ କରିବାକୁ ୧୫ ପ୍ଲାଟୁନ୍ ପୋଲିସ୍ ଫୋର୍ସ ମୁତୟନ ହେବେ।ଏନେଇ ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ସୂଚନା ଦେଇଛନ୍ତି।

Leave A Reply

Your email address will not be published.