Odisha Link
Bridging the Missing Links in Odisha

ବଢ଼ୁଛି ସଂକ୍ରମଣ: ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଜିଠୁ ନୂଆ କଟକଣା

ଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଛି

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଏହାକୁ ନଜରରେ ରଖି ରାଜ୍ୟ ସରକାର ନେଉଛନ୍ତି ପଦକ୍ଷେପ। ଏସବୁ ମଧ୍ୟରେ ଶ୍ରୀମନ୍ଦିର ପ୍ରବେଶ ପାଇଁ ଆଜିଠାରୁ ଲାଗୁ ହୋଇଛି ନୂଆ କଟକଣା। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜାରି ହୋଇଛି ନୂଆ ଗାଇଡଲାଇନ୍।

ନୂଆ କଟକଣା ଅନୁଯାୟୀ, ଆଜିଠୁ ବାହାର ରାଜ୍ୟରୁ ଶ୍ରୀମନ୍ଦିର ଦର୍ଶନ କରିବାକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ନେଗେଟିଭ୍ କୋଭିଡ୍‌ ରିପୋର୍ଟ
ବାଧ୍ୟତାମୂଳକ କରାଯାଇଛି। ଯଦି ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ନେଗେଟିଭ ରିପୋର୍ଟ କିମ୍ବା ଟିକା ନେଇଥିବାର ସାର୍ଟିଫିକେଟ୍‌ ଦେଖାଇବେ ନାହିଁ ତେବେ ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ମନା। ଏଥିସହିତ ନେଗେଟିଭ୍‌ ରିପୋର୍ଟ ୯୬ ଘଣ୍ଟାପୂର୍ବରୁ ହୋଇଥିବା ଜରୁରୀ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି ।

କଟକଣାକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବା ପାଇଁ ଶ୍ରୀମନ୍ଦିର ବାହାରେ ସ୍ୱତନ୍ତ୍ର କିଓସ୍କ ବ୍ୟବସ୍ଥା କରାଯାଇଛି। ଭକ୍ତମାନେ ପ୍ରଥମେ ଏହି କିଓସ୍କରେ ପରିଚୟପତ୍ର ଓ ଆବଶ୍ୟକ କାଗଜପତ୍ର ଦେଖାଇବେ। ନଚେତ୍ ସେମାନଙ୍କୁ ଦର୍ଶନ ଅନୁମତି ମିଳିବନି ବୋଲି ସୂଚନା ରହିଛି।

Leave A Reply

Your email address will not be published.