Odisha Link
Bridging the Missing Links in Odisha

ସାବଧାନ: ହ୍ବାଟ୍ସଆପ୍‌ରେ ପିଙ୍କ୍‌ ଓ ଗୋଲ୍ଡ ଲିଙ୍କ, ଖୋଲିଲେ ଫୋନ୍‌ ହ୍ୟାକ୍‌ ହେବ

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଖକୁ ଏବେ ଏକ ଲିଙ୍କ୍‌ ଆସୁଛି ଯେଉଁଥିରେ ଆପଣଙ୍କ ହ୍ବାଟ୍ସଆପ୍‌ ଦୃଶ୍ୟରଙ୍ଗ ପିଙ୍କ୍‌ ବା ଗୋଲାପୀ ହେବାର ପ୍ରତିଶ୍ରୁତି ରହିଛି। ସମାନ ଭାବେ ଏକ ଗୋଲ୍ଡ ଲିଙ୍କ୍‌ ମଧ୍ୟ ଆସୁଛି। ତେବେ ଏହା ଏକ ଭାଇରସ୍‌ ବୋଲି ସାଇବର୍‌ ବିଷେଷଜ୍ଞାମାନେ ସାବଧାନ କରାଇଛନ୍ତି।

ଭୁବନେଶ୍ବର: ଏବେ ସାଇବର୍‌ ଅପରାଧୀଙ୍କ ନୂଆ ମାଧ୍ୟମ ପାଲଟିଛି ହ୍ବାଟ୍ସଆପ୍। ଏକ ଲିଙ୍କ୍‌ ପଠାଇ ଆପଣଙ୍କ ଫୋନ୍‌ ହ୍ୟାକ୍‌ କରି ନେଇପାରନ୍ତି ସାଇବର୍‌ ଠକ। ଅବିକଳ ହ୍ବାଟ୍ସଆପ୍‌ର ଅଫିସିଆଲ୍‌ ଲିଙ୍କ୍‌ ପରି ଲାଗୁଥିଲେ ବି ତାହା ଉପରେ କ୍ଲିକ୍‌ କରିବା ମାନେ ଆପଣଙ୍କ ଫୋନ୍‌ ପ୍ରତି ବିପଦ ରହିଛି।

ହ୍ବାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଖକୁ ଏବେ ଏକ ଲିଙ୍କ୍‌ ଆସୁଛି ଯେଉଁଥିରେ ଆପଣଙ୍କ ହ୍ବାଟ୍ସଆପ୍‌ ଦୃଶ୍ୟରଙ୍ଗ ପିଙ୍କ୍‌ ବା ଗୋଲାପୀ ହେବାର ପ୍ରତିଶ୍ରୁତି ରହିଛି। ସମାନ ଭାବେ ଏକ ଗୋଲ୍ଡ ଲିଙ୍କ୍‌ ମଧ୍ୟ ଆସୁଛି। ତେବେ ଏହା ଏକ ଭାଇରସ୍‌ ବୋଲି ସାଇବର୍‌ ବିଷେଷଜ୍ଞାମାନେ ସାବଧାନ କରାଇଛନ୍ତି। ଏହା ହ୍ବାଟ୍ସଆପ୍‌ ଅଫିସିଆଲ୍‌ ଅପଡେଟ୍‌ ଭାବେ ଆସୁଛି।

ଏହି ପିଙ୍କ୍‌ ଲିଙ୍କ ମାଧ୍ୟମରେ ସାଇବର୍‌ ଅପରାଧୀ ଆପଣଙ୍କ ଫୋନ୍‌ରୁ ତଥ୍ୟ, ଫଟୋ, ମେସେଜ୍‌ ଆଦି ସହଜରେ ନେଇପାରିବେ। ଏପରିକି ଆପଣ କି’ବୋର୍ଡରେ କ’ଣ ଟାଇପ୍‌ କରୁଛନ୍ତି ସେମାନେ ତାହା ବି ଜାଣିପାରିବେ। ଫଳରେ ଯେକୌଣସି ବ୍ୟକ୍ତିଙ୍କର ବ୍ୟାଙ୍କ୍‌ ଆକାଉଣ୍ଟ୍‌ ତଥ୍ୟ, ପାସଓ୍ବର୍ଡ ଓ ଓଟିପି ଆଦି ଏହି ଲିଙ୍କ୍‌ ମାଧ୍ୟମରେ ହାସଲ କରିପାରିବେ ସାଇବର୍‌ ଠକ।

ହ୍ବାଟ୍ସଆପ୍‌ ପିଙ୍କ୍‌ ଲିଙ୍କ୍‌ ଭଳି ଆଉ ଏକ ହ୍ବାଟ୍ସଆପ୍‌ ଗୋଲ୍ଡ ଲିଙ୍କ୍‌ ମଧ୍ୟ ଆସୁଛି। ଉଭୟ ଲିଙ୍କ୍‌ ହେଉଛି ଭାଇରସ୍‌ ଓ ମୋବାଇଲ୍‌ ପାଇଁ କ୍ଷତିକାରକ। ନିଜର ହ୍ବାଟ୍ସଆପ୍‌ ଶୈଳୀ ଓ ଦୃଶ୍ୟଲବ୍ଧତାକୁ ପିଙ୍କ୍‌ କିମ୍ବା ଗୋଲ୍ଡକୁ ଅପ୍‌ଡେଟ୍‌ କରନ୍ତୁ ବୋଲି ଏହି ଲିଙ୍କ୍‌ ସବୁ ମାଧ୍ୟମରେ ଗ୍ରାହକଙ୍କୁ ପ୍ରଲୋଭନ ଦେଖାଇବେ ସାଇବର୍‌ ଠକ। ତେବେ ଏସବୁ ଅଜଣା ଲିଙ୍କ୍‌କୁ ବିଶ୍ବାସ କରନ୍ତୁନାହିଁ ଅଥବା ଏହା‌ ଉପରେ ଆଦୌ କ୍ଲିକ୍‌ କରନ୍ତୁନାହିଁ ବୋଲି ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Leave A Reply

Your email address will not be published.