Odisha Link
Bridging the Missing Links in Odisha

ଦେଶରେ କରୋନା: ଦୈନିକ ସଂକ୍ରମଣ ୩ ଲକ୍ଷ ପାର୍

ନୂଆଦିଲ୍ଲୀ: କାୟା ମେଲାଉଛି ମହାମାରୀ କରୋନା। ଦ୍ରୁତ ଗତିରେ ବଢିବାରେ ଲାଗିଛି ସଂକ୍ରମଣ ହାର। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩.୧୫ ଲକ୍ଷରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିସହ କ୍ରମାଗତ ଦ୍ୱିତୀୟ ଦିନ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି। ୨୪ ଘଣ୍ଟାରେ କରୋନାରେ ୨୧୦୪ ଲୋକଙ୍କର ମୃତ୍ୟୁ ହୋଇଛି।

ଭାରତରେ ଗତ ୨୪ ଘଣ୍ଟାରେ ୩ ଲକ୍ଷ ୧୪ ହଜାର ୮୩୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଯାହାକି ସାରାବିଶ୍ୱରରେ ଗୋଟିଏ ଦିନରେ ସର୍ବାଧିକ ସଂକ୍ରମଣ ସଂଖ୍ୟା। ଏହା ପୂର୍ବରୁ ଆମେରିକାରେ ଜାନୁଆରୀ ୭ରେ ଗୋଟିଏ ଦିନରେ ସର୍ବାଧିକ ୩ଲକ୍ଷ ୭ହଜାର ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

ସେହିପରି ଭାରତରେ ଗତ ୨୪ ଘଣ୍ଟାରେ ୨ ହଜାର ୧୦୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ଦେଶରେ କରୋନା ଜନିତ ମୋଟ ମୃତ୍ୟୁ ସଂଖ୍ୟା ୧ଲକ୍ଷ ୮୪ ହଜାର ୬୫୭ରେ ପହଁଚିଛି। ଦିନକରେ ୧ ଲକ୍ଷ ୭୮ ହଜାର ୮୪୧ ଜଣ ସୁସ୍ଥ ହୋଇଛନ୍ତି। ଏବଂ ଦେଶରେ ଏବେ ୨୨ ଲକ୍ଷ ୯୧ ହଜାର ୪୨୮ ସକ୍ରିୟ ସଂକ୍ରମିତ ରହିଛନ୍ତି।

Leave A Reply

Your email address will not be published.