Odisha Link
Bridging the Missing Links in Odisha

ପିପିଲି ଉପନିର୍ବାଚନ: ଆଜି ସନ୍ଧ୍ୟା ସୁଦ୍ଧା କଂଗ୍ରେସର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ପିପିଲି ଉପନିର୍ବାଚନ ପାଇଁ ଆଜି ସନ୍ଧ୍ୟା ସୁଦ୍ଧା ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ। ଏନେଇ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଅଜିତ ମଙ୍ଗରାଜଙ୍କ ପରିବାରରୁ କାହାକୁ ପ୍ରାର୍ଥୀ କରିବାକୁ ଚାହୁଁଥିଲୁ। ସେମାନେ ପ୍ରାର୍ଥୀ ପାଇଁ ମନା କରିଛନ୍ତି।

ଆମର ପ୍ଲାନ ‘ଏ’ ଫେଲ ମାରିଛି, ପ୍ଲାନ ‘ବି’ କାର୍ଯ୍ୟକାରୀ କରିବୁ। ଅନ୍ୟ ଦୁଇ ଜଣ ଆଶାୟୀ ପ୍ରାର୍ଥୀଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି। ସବୁ ଦିଗକୁ ବିଚାରକୁ ନିଆଯାଇ ପ୍ରାର୍ଥୀ ଚୟନ କରାଯିବ ବୋଲି କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ ସୂଚନା ଦେଇଛନ୍ତି।

ପ୍ରକାଶ ଯେ, ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଦେହାନ୍ତ ପରେ ପିପିଲିରେ ଉପନିର୍ବାଚନ ହେବାକୁ ଥିଲା। ଉପନିର୍ବାଚନ ଦୁଇ ଦିନ ପୂର୍ବରୁ କଂଗ୍ରେସ ବିଧାୟକ ପ୍ରାର୍ଥୀ ଅଜିତ ମଙ୍ଗରାଜ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିଲେ। ପରେ ଉପ ନିର୍ବାଚନକୁ ସ୍ଥଗିତ ଘୋଷଣା କରାଯାଇଥିଲା।

ଏବେ ପୁଣି ଥରେ ଉପ ନିର୍ବାଚନ ନେଇ ସାନି ତାରିଖ ଘୋଷଣା କରାଯାଇଛି। ଆସନ୍ତା ମେ ୧୩ ତାରିଖରେ ହେବ ପିପିଲି ଉପ ନିର୍ବାଚନ ଭୋଟ୍। ଏଥିସହ ମେ ୧୩ ତାରିଖରେ ଭୋଟ୍ ପଡିବା ପରେ ଆସନ୍ତା ୧୬ ତାରିଖରେ ଭୋଟ୍ ଗଣତି କରାଯାଇ ରେଜଲ୍ଟ ଘୋଷଣା ହେବ ବୋଲି ସିଇଓ ସୁଶୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.