Odisha Link
Bridging the Missing Links in Odisha

୨୪ ଘଣ୍ଟାରେ ଗୋଟିଏ ହସ୍ପିଟାଲରେ ଚାଲିଗଲା ୨୫ ଜୀବନ

ନୂଆଦିଲ୍ଲୀ: ଦେଶରେ ପୁଣି ଦନକୁ ଦିନ ବଢ଼ିଚାଲିଛି କରୋନା ସଂକ୍ରମଣ। ସଂକ୍ରମିତଙ୍କ ଚିକିତ୍ସା ପାଇଁ ଅତ୍ୟନ୍ତ ଜରୁରୀ ଅକ୍ସିଜେନର ଅଭାବ ଏବେ ପୁରା ଚିକିତ୍ସା ବ୍ୟବସ୍ଥାକୁ ବେହାଲ କରି ରଖିଛି । ଦିଲ୍ଲୀର ସାର ଗଙ୍ଗାରାମ ହସ୍ପିଟାଲରେ ଗତ ୨୪ ଘଣ୍ଟା ଭିତରେ ଅକ୍ସିଜେନ ଅଭାବରୁ ୨୫ ଜଣ କରୋନା ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଏବେ ଆହୁରି ୬୦ ଜଣ ରୋଗୀ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି।

ସାର ଗଙ୍ଗାରାମ ହସ୍ପିଟାଲର ଚିକିତ୍ସା ନିର୍ଦ୍ଦେଶକ କହିଛନ୍ତି ଯେ, ମହଜୁତ ଥିବା ଅକ୍ସିଜେନ ସର୍ବାଧିକ ୨ ଘଣ୍ଟା ଚାଲିବ । ଅକ୍ସଜେନ ସ୍ତର କମିଯିବାରୁ ଭେଣ୍ଟିଲେଟର ଓ ବିଆଇପିଏପି ମେସିନର ପ୍ରଭାବ କମିବାରେ ଲାଗିଛି। ଗମ୍ଭୀର ରୂପେ ଆକ୍ରାନ୍ତ ଆଉ ୬୦ ରୋଗୀ ଏବେ ସଂକଟାପର୍ଣ୍ଣ ଅବସ୍ଥାରେ ରହିଛନ୍ତି।

ଅକ୍ସିଜେନର ଅଭାବ, ବେଡର ଅଭାବ, ଔଷଧର ଅଭାବ ଭିତରେ ଦେଶର ରାଜଧାନୀ ଦିଲ୍ଲୀରେ ଗତ ୨୪ ଘଣ୍ଟାରେ ପୁଣି ୨୬,୧୬୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହାସହ ୩୦୬ ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଦିଲ୍ଲୀରେ ସଂକ୍ରମଣ ହାର ୩୬.୨୪ ପ୍ରତିଶତ ରହିଛି। ଗୁରୁବାରର ସଂକ୍ରମଣ ସହ ଏବେ ଦିଲ୍ଲୀରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୯,୫୬,୩୪୮ ରେ ପହଞ୍ଚିଛି।

Leave A Reply

Your email address will not be published.