Odisha Link
Bridging the Missing Links in Odisha

ସାଢ଼େ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସ୍‌ ମିଟ୍‌, କରିପାରନ୍ତି ବଡ଼ ଘୋଷଣା

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମଧ୍ୟରୁ ୪୯୪୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ଦିନକୁ ଦିନ ମହାମାରୀ କରୋନା ଆକ୍ରାନ୍ତରେ ଅଧିକ ଲୋକଙ୍କ ଚାଲି ଯାଉଛି ଜୀବନ। ରାଜ୍ୟରେ କରୋନା ସଂକ୍ରମଣକୁ ମାତ୍‌ ଦେବା ପାଇଁ ରାଜ୍ୟ ସରକାର ଲଗାଇଛନ୍ତି କଟକଣା। ଏସବୁ ସତ୍ତ୍ବେ ରାଜ୍ୟରେ କରୋାନ ସଂକ୍ରମଣ ବଢ଼ିବାରେ ଲାଗିଛି। ଯାହାକୁ ନଜରରେ ରଖି ଆଜି ଅପରାହ୍ନ ସାଢ଼େ ୪ଟା ସମୟରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରେସ୍‌ ମିଟ୍‌ କରିବେ ବୋଲି ସୂଚନା ରହିଛି। ଏପରିକି ଆସନ୍ତାକାଲିଠୁ ମେ’ ମାସର ଆରମ୍ଭ ହେଉଥିବାରୁ ମେ’ ମାସ ଗାଇଡଲାଇନ୍‌ କିମ୍ବା କୌଣସି ବଡ଼ ଘୋଷଣା କରି ପାରନ୍ତି ବୋଲି ସୂଚନା ରହିଛି।

ରାଜ୍ୟରେ କରୋନା ସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ରେକର୍ଡ ସଂଖ୍ୟକ ୮୬୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମଧ୍ୟରୁ ୪୯୪୮ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୩୩ ଜଣ ସ୍ଥାନୀୟ ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪, ୪୪, ୧୯୪ରେ ପହଁଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ବିଶେଷକରି ଖୋର୍ଦ୍ଧା ଜିଲ୍ଲାରେ କରୋନା ସଂକ୍ରମଣ ହୁୁ ହୁ ହୋଇ ବଢ଼ିବାରେ ଲାଗିଛି। ଦିନକରେ ଖୋର୍ଦ୍ଧା ଜିଲ୍ଲାରୁ ୧୪୦୮ ଜର ପଜିଟିଭ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ଚିନ୍ତାରେ ଜିଲ୍ଳା ପ୍ରଶାସନ।

Leave A Reply

Your email address will not be published.