Odisha Link
Bridging the Missing Links in Odisha

ନୟାପଲ୍ଲୀ ଆଇଡି ମାର୍କେଟ ୩ ଦିନ ପାଇଁ ବନ୍ଦ

କରୋନା ମାମଲା ବଢ଼ୁଥିବାରୁ ବିଏମସି ନେଇଛି କଡ଼ା ପଦକ୍ଷେପ। କୋଭିଡ ନିୟମ ଉଲ୍ଲଘଂନ ହେଉଥିବାରୁ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍‌ କଲା ବିଏମସି।

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଅଣାୟତ୍ତ ହେଉଛି କରୋନା ସଂକ୍ରମଣ। କିଛିଦିନ ହେବ ରାଜ୍ୟର ଭୁବନେଶ୍ବର ମହାନଗର ନିଗମରେ ହୁ ହୁ ହୋଇ ବଢ଼ିବାରେ ଲାଗିଛି ସଂକ୍ରମଣ। ଯାହାଫଳରେ ବିଏମସିର ଚିନ୍ତା ବଢ଼ିଛି।

କରୋନା ମାମଲା ବଢ଼ୁଥିବାରୁ ବିଏମସି ନେଇଛି କଡ଼ା ପଦକ୍ଷେପ। କୋଭିଡ ନିୟମ ଉଲ୍ଲଘଂନ ହେଉଥିବାରୁ ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ଇନ୍ଦ୍ରଧନୁ ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍‌ କଲା ବିଏମସି। ଯାହାଫଳରେ ୩ ଦିନ ପାଇଁ ବନ୍ଦ ରହିବ ନୟାପଲ୍ଲୀସ୍ଥିତ ଆଇଡି ମାର୍କେଟ। ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ହେଉଥିବାରୁ ମାର୍କେଟ ୩ ଦିନ ଯାଏଁ ବନ୍ଦ ରହିବ।

ଏମ୍‌ସି ଅଧିକାରୀଙ୍କ ମୁତାବିକ , ବାରମ୍ବାର ତାଗିଦ ସତ୍ତ୍ୱେ ବି ଆଇଡି ମାର୍କେଟ କୌଣସି ବି ବ୍ୟକ୍ତି ସାମାଜିକ ଦୂରତା ମାନୁନଥିଲେ କି ମୁହଁରେ ମାସ୍କ ପିନ୍ଧୁନଥିଲେ । ଯାହାଫଳରେ ଶୁକ୍ରବାର ବାଧ୍ୟ ହୋଇ ବିଏମ୍‌ସି ପକ୍ଷରୁ ଆଇଡି ମାର୍କେଟକୁ ୨୪ ଘଣ୍ଟା ପାଇଁ ସିଲ୍‌ କରାଯାଇଛି ।

ରାଜଧାନୀରେ ଦିନକୁ ଦିନ ଅଣାୟତ୍ତ ହେବାରେ ଲାଗିଛି କରୋନା ସଂକ୍ରମଣ। ଭୁବନେଶ୍ୱର ବିଭିନ୍ନ ସ୍ଥାନରେ ବିଏମସିର ଟିମ୍ ଚଢ଼ାଉ କରି ଅନେକ ବ୍ୟବସାୟିକ ପ୍ରତିଷ୍ଠାନକୁ ସିଲ୍ କରୁଥିବାର ଦେଖିବାକୁ ମିଳିଛି। ସହିଦ ନଗରସ୍ଥିତ ରିଲାଏନ୍ସ ଟ୍ରେଣ୍ଡରେ କୋଭିଡ୍ କଟକଣା ନିୟମର ଉଲ୍ଲଂଘନ ହେଉ ଥିବାରୁ ଗତକାଲିଠୁ ଆଗାମୀ ୭ ଦିନ ପାଇଁ ସିଲ୍ କରାଯାଇଛି।

ସେହିପରି ମାର୍କେଟ ବିଲ୍ଡିଂ, ଡମଣା ହାଟ, ସହିଦ ନଗର ଷ୍ଟେଟ୍ ବ୍ୟାଙ୍କ ଶାଖା ଓ ଭୁବନେଶ୍ୱର କୋର୍ଟକୁ ସିଲ୍ କରିଛି ବିଏମସି।

Leave A Reply

Your email address will not be published.