ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା: ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ
ଉଠାଦୋକାନୀ ଜବରଦସ୍ତ ଦୋକାନ ଖୋଲିବରୁ ବଳପୂର୍ବକ ଉଠାଇଲେ ସ୍ଥାୟୀ ବ୍ୟବସାୟୀ।
ଓଏଲ୍ ବ୍ୟୁରୋ: ଭୁବନେଶ୍ୱରର ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂକୁ ନେଇ ଆଉ ଏକ ଖବର ସାମ୍ନାକୁ ଆସିଛି। ଭୁବନେଶ୍ୱର ମାର୍କେଟ ବିଲ୍ଡିଂରେ ଉତ୍ତେଜନା ଦେଖିବାକୁ ମିଳିଛି। ଉଠାଦୋକାନୀ ଓ ସ୍ଥାୟୀ ବ୍ୟବସାୟୀ ମୁହାଁମୁହିଁ ହୋଇଛନ୍ତି। ଉଠାଦୋକାନୀ ଜବରଦସ୍ତ ଦୋକାନ ଖୋଲିବରୁ ବଳପୂର୍ବକ ଉଠାଇଲେ ସ୍ଥାୟୀ ବ୍ୟବସାୟୀ। ଉଭୟପକ୍ଷ ମୁହାଁମୁହିଁ ଓ ଧସ୍ତାଧସ୍ତି ହୋଇଛନ୍ତି।
ସୂଚନା ଅନୁସାରେ, ଗତ କିଛିଦିନ ହେବ ଜନଗହଳି ପୂର୍ଣ୍ଣ ମାର୍କେଟ ବିଲ୍ଡିଂ ବନ୍ଦ ଥିବା ଦେଖିବାକୁ ମିଳିଥିଲା। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ସମାଧାନର ବାଟ ବାହାର କରିବା ପାଇଁ ଆନ୍ଦୋଳନ କରାଯାଉଥିଲା। ସ୍ଥାୟୀ ଦୋକାନୀ ସଂଘ ପକ୍ଷରୁ ରାଜଧାନୀର ସମସ୍ତ ବଜାର କମିଟିର ସଦସ୍ୟଙ୍କୁ ନେଇ ବୈଠକ କରାଯାଇଥିଲା। ସେଣ୍ଟ୍ରାଲ ମାର୍କେଟ୍ ଆସୋସିଏସନର ଡାକରାରେ ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ମାର୍କେଟ ବିଲ୍ଡିଂ ୧୫ ଦିନ ହେବ ବନ୍ଦ ଥିଲା। ବ୍ୟବସାୟୀମାନେ ଦୋକାନ ବନ୍ଦ କରି ଧାରଣା ଦେଇଥିଲେ।