Odisha Link
Bridging the Missing Links in Odisha

ଆଜିଠୁ ଝାରସୁଗୁଡ଼ାରୁ ପାଟନାକୁ ବିମାନସେବା ଆରମ୍ଭ

ଝାରସୁଗୁଡ଼ା: ଆଜିଠାରୁ ଝାରସୁଗୁଡ଼ାରୁ ପାଟନାକୁ ଉଡ଼ିବ ବିମାନ। ଦୀର୍ଘ ଦିନର ଦାବି ପରେ ସ୍ପାଇସ ଜେଟ ପକ୍ଷରୁ ଆଜିଠାରୁ ଏହି ବିମାନସେବା ଆରମ୍ଭ ହେଉଛି । ଝାରସୁଗୁଡ଼ାର ବୀର ସୁରେନ୍ଦ୍ର ସାଏ ଏୟାରପୋର୍ଟରୁ ବିହାର ରାଜଧାନୀ ପାଟନାକୁ ବିମାନଚଳାଚଳ କରିବ।

ପାଟଣାରୁ ଏହା ଯାତ୍ରା ଆରମ୍ଭ କରି ଝାରସୁଗୁଡ଼ାରେ ଅପରାହ୍ଣ ୪ଟା ୨୦ ମିନିଟରେ ପହଞ୍ଚି। ଏହାପରେ ଅପରାହ୍ଣ ୪ଟା ୪୦ ମିନିଟରେ ପୁଣି ପାଟନା ଅଭିମୁଖେ ଯାତ୍ରା କରିବ। ସ୍ପାଇସ ଜେଟ ପକ୍ଷରୁ ଏହି ବିମାନ ଚଳାଚଳ କରିବା ନେଇ ସୂଚନା ଦେଇଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ।