Odisha Link
Bridging the Missing Links in Odisha

ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ବର: ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କୁ ବାଧ୍ୟତାମୂଳକ ଅବସର। ରାଜ୍ୟ ସରକାରଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି। ୧୯୮୭ ବ୍ୟାଚର IFS ଆୟ ଅଭୟ ପାଠକ ସରକାରୀ ପଦବୀର ଅପବ୍ୟବହାର ସହ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ଥିଲା। ତାଙ୍କ ଅବସର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କ ନିକଟରେ ସୁପାରିସ କରିଥିଲେ।

ସୂଚନା ଅନୁସାରେ ପୁଅ ଆକାଶ ପାଠକଙ୍କୁ ନକଲି ଟାଟା କମ୍ପାନିର ଏମଡି ହେବା ପାଇଁ କହିଥିଲେ ଅଭୟକାନ୍ତ ପାଠକ। ସ୍କାଇକିିଙ୍ଗ୍ ଠକେଇ ମାମଲାରେ ଦୁଇ ଦିନ ରିମାଣ୍ଡରେ ମଧ୍ୟ ଯାଇଥିଲେ ଅଭୟ। ୬୫ ଲକ୍ଷ ଟଙ୍କାର ଠକେଇ ମାମଲାରେ ସାମିଲ ମଧ୍ୟ ଥିଲେ । ୨୦୧୬ ମସିହାରେ ତାଙ୍କ ପୁଅ ଆକାଶ ପାଠକ ପୁନେ ଡିିଭିଜନରେ ଥିବା ଟାଟା ମୋଟରସର୍ ମ୍ୟାନେଜିଙ୍ଗ୍ ଡାଇରେକ୍ଟର ଭାବେ ସମସ୍ତଙ୍କୁ ପରିଚୟ ଦେଉଥିଲେ।

Leave A Reply

Your email address will not be published.