Odisha Link
Bridging the Missing Links in Odisha

କରୋନା କାଳରେ ସ୍ୱାସ୍ଥ୍ୟ ସେବା ପାଇଁ RBI ଦେଲା ୫୦ ହଜାର କୋଟି

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ପ୍ରବାହ ପୁଣିଥରେ ଅର୍ଥନୀତିକୁ ପ୍ରଭାମିତ କରିଛି। ଦେଶର କରୋନା ସ୍ଥିତି ନେଇ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ, କରୋନାର ଦ୍ୱିତୀୟ ପ୍ରବାହ ଅର୍ଥନୀତିକୁ ବହୁ ପରିମାଣରେ ପ୍ରଭାବିତ କରିଛି। ଏହା ଉପରେ ଆରବିଆଇ ସବୁ ସମୟରେ ନଜର ରଖିଛି।

ତେବେ ଦ୍ୱିତୀୟ ପ୍ରବାହ ବିରୁଦ୍ଧରେ ଏକ ବଡ଼ ପଦକ୍ଷେପ ନେବା ଆବଶ୍ୟକତା ରହିଛି। ଶକ୍ତିକାନ୍ତ ଦାସ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଥମ କରୋନା ପ୍ରବାହ ପରେ ଦେଶରେ ଅର୍ଥନୀତିରେ ଧିରେ ଧିରେ ସୁଧାର ଆସିଥିଲା। କିନ୍ତୁ ଏବେ ଦ୍ୱିତୀୟ ପ୍ରବାହ ପୁଣି ଥରେ ସଙ୍କଟ ସୃଷ୍ଟି କରିଛି।

ଜରୁରୀକାଳୀନ ସ୍ୱାସ୍ଥ୍ୟ ସେବା ପାଇଁ ଆରବିଆଇ ୫୦ ହଜାର କୋଟି ଟଙ୍କା ଦେଇଛି। ଏହା ମାଧ୍ୟମରେ ବ୍ୟାଙ୍କଗୁଡ଼ିକ ଟିକା ନିର୍ମାତା, ଟିକା ପରିବହନ, ରପ୍ତାନିକାରୀମାନଙ୍କୁ ସହଜ କିସ୍ତିରେ ଲୋନ ପ୍ରଦାନ କରିବେ। ଏହା ବ୍ୟତୀତ ଡାକ୍ତରଖାନା, ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀ ମଧ୍ୟ ଏହି ସୁବିଧା ପାଇବେ। ପ୍ରାଥମିକ କ୍ଷେତ୍ର ପାଇଁ ଶୀଘ୍ର ଲୋନ ଏବଂ ପ୍ରୋତ୍ସାହନ ଦିଆଯିବ ବୋଲି ଶକ୍ତିକାନ୍ତ ଦାସ କହିଛନ୍ତି।

Leave A Reply

Your email address will not be published.