ଲକ୍ଡାଉନରେ କଳାବଜାରୀ: ଆଳୁ, ପିଆଜ ଦର ଆକାଶ ଛୁଆଁ
କଟକ: ଆଜିଠୁ ରାଜ୍ୟରେ ୧୪ ଦିନିଆ ଲକଡ଼ାଉନ ଆରମ୍ଭ। ସକାଳୁ ଦିନ ୧୨ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ଦୋକାନ ସଥା ତେଜୁରାତି ଓ ପନିପରିବା ଦୋକାନ ଖୋଲା ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ଲକ୍ଡାଉନରେ ଲୋକେ ଅଧିକ ପରିମାଣରେ କିଣୁଥିବା ବେଳେ ଆଳୁ ପିଆଜ ଦରରେ ଅହେତୁକ ବୃଦ୍ଧି ଘଟିଛି।
କଟକ ଛତ୍ରବଜାରରେ ଆଳୁ, ପିଆଜ ଦର ଏବେ ଆକାଶ ଛୁଆଁ। ଗତକାଲି ଠାରୁ ଆଜି ପିଆଜ ଦର ଏକ କୁଇଣ୍ଟାଲ ପ୍ରତି ୨୦୦ ବୃଦ୍ଧି ପାଇଥିବା ବେଳେ ଆଜି ଆହୁରି ୪୦୦ ଟଙ୍କା ଵୃଦ୍ଧି ଘଟି ୬୦୦ ଟଙ୍କାରେ ପହଞ୍ଚିଛି। ସେହିଭଳି ଆଳୁ କୁଇଣ୍ଟାଲ ପ୍ରତି ୪୦୦ ରୁ୪୫୦ ଟଙ୍କା ବୃଦ୍ଧି ଘଟିଛି।
ସେପଟେ ସିଧାସଳଖ ଏହାର ପ୍ରଭାବ ସାଧାରଣ ଖାଉଟିଙ୍କ ଉପରେ ପଡ଼ିଛି। କଟକରେ ଆଳୁ ପିଆଜ କଳା ବଜାର ହେଉଥିବା ଅଭିଯୋଗ ହେଉଛି। କିନ୍ତୁ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଟୁଇଟ କରି କହିଛନ୍ତି ଯେ ୩୦ଟି ଜିଲ୍ଲାରେ କଳା ବଜାରୀକୁ ରୋକିବା ପାଇଁ ସ୍କ୍ୱାଡ ଗଠନ କରାଯାଇଛି।