Odisha Link
Bridging the Missing Links in Odisha

ରାଜଧାନୀରୁ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ଆଜି ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୧୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ଭିତରୁ ୧୮୫ ଜଣ କ୍ୱାରେଣ୍ଟାଇନ୍‌ରେ ଥିବା ବେଳେ ୯୩୩ ଜଣ ଲୋକାଲ୍‌ କେସ୍‌ ରହିଛି। ଏହାଛଡ଼ା ୬୭୩ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ ଟ୍ୱିଟ୍‌ କରିଛି।

ସେପଟେ ଆଜି ୬୭୩ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।କଳ୍ପନାଛକ, ଜାଗମରା, ଡମଣା, ବମିଖାଲ, ମଞ୍ଚେଶ୍ୱର, ରସୁଲଗଡ, ସହିଦ ନଗର, ସତ୍ୟନଗର, ଖଣ୍ଡଗିରି ଆଦି ଅଞ୍ଚଳରୁ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ମଧ୍ୟ କଟକଣାକୁ କଡାକଡି କରିଛନ୍ତି।

ଏହାସହ ଭୁବନେଶ୍ୱରରେ ମୋଟ ୫୦,୪୪୮ରେ ପହଞ୍ଚିଛି ଆକ୍ରାନ୍ତ ସଂଖ୍ୟା। ସେହିପରି ୪୦,୨୮୮ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏଯାଏଁ ଆହୁରି ୯୮୬୧ ଏବେ ସକ୍ରିୟ ରହିଛନ୍ତି। ଏହି ସଂଖ୍ୟାକୁ ଦେଖିଲେ ଜଣାପଡୁଛି ଭୁବନେଶ୍ୱରରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

Leave A Reply

Your email address will not be published.