Odisha Link
Bridging the Missing Links in Odisha

ବଦ୍ରିନାଥ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦେବେ ତୈଳ ସଂସ୍ଥା

ନୂଆଦିଲ୍ଲୀ: କରୋନା କାଳରେ ଧର୍ମୀୟ ସ୍ଥଳ ବିକାଶ ଲାଗି ଆଗ୍ରହ ଦେଖାଇଛି ତୈଳ ମନ୍ତ୍ରାଳୟ। କେନ୍ଦ୍ର ସରକାରଙ୍କ ୫ ପ୍ରମୁଖ ତୈଳ ସଂସ୍ଥା (ପିଏସ୍‌ୟୁ) ପକ୍ଷରୁ ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦିଆଯିବ ବୋଲି ଆଜି କେନ୍ଦ୍ର ତୈଳ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଘୋଷଣା କରିଛନ୍ତି।

ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,

ସନାତନ ଧର୍ମର ଏହି ଅନ୍ୟତମ ପବିତ୍ରତମ ପୀଠର ପୁନଃଉନ୍ନୟନ କାର୍ଯ୍ୟରେ ସାମିଲ ହେବା ଆମର ତୈଳ ସଂସ୍ଥାଗୁଡ଼ିକ ପାଇଁ ଗର୍ବର ବିଷୟ। ପ୍ରଧାନମନ୍ତ୍ରୀଙ୍କ ଅଧ୍ୟାତ୍ମ ସମ୍ପଦ ସଂରକ୍ଷଣ ସ୍ବପ୍ନ ତାଳଦାଇ ଆମେ ବଦ୍ରିନାଥ ଧାମର ଉନ୍ନୟନ ପାଇଁ ପ୍ରତିଶ୍ରୁତିବଦ୍ଧ।

ଧର୍ମେନ୍ଦ୍ର ପୁଣି କହିଛନ୍ତି,

ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍ (IOC), ଅଏଲ୍‌ ଆଣ୍ଡ୍‌ ନାଚ୍ୟୁରାଲ ଗ୍ୟାସ୍‌ କର୍ପୋରେସନ୍ (ONGC), ଗେଲ୍‌ ଇଣ୍ଡିଆ ଲିମିଟେଡ୍, ଭାରତ ପେଟ୍ରୋଲିଅମ୍‌ କର୍ପୋରେସନ୍‌ ଲିମିଟେଡ୍ (BPCL) ଓ ହିନ୍ଦୁସ୍ଥାନ ପେଟ୍ରୋଲିଅମ୍‌ କର୍ପୋରେସନ୍‌ ଲିମିଟେଡ୍ (HPCL) ବଦ୍ରିନାଥ ଧାମ ଉନ୍ନୟନ ପାଇଁ ୧୦୦ କୋଟି ଟଙ୍କା ଦେବକୁ ପ୍ରତିଶ୍ରୁତି ଦେଉଛି। ଆମେ ଏଥିରେ ଯାତ୍ରୀ ସୁବିଧା, ଜଳ ଯୋଗାଣ, ବର୍ଯ୍ୟ ପରିଚାଳନା ଆଦି ସମେତ ମନ୍ଦିର ବେଢ଼ା ଉନ୍ନୟନ କାର୍ଯ୍ୟ କରିବୁ।

ପ୍ରଥମ ଥର ପାଇଁ ଏଭଳି ଗୋଟିଏ ମନ୍ତ୍ରାଳୟ ଅଧୀନରେ ଥିବା ସବୁ ନିଗମ ମିଳିତ ଭାବେ କୌଣସି ଧର୍ମୀୟ ସ୍ଥଳର ଉନ୍ନତି ପାଇଁ ଆର୍ଥିକ ସହଯୋଗ ଦେବାକୁ ଆଗେଇ ଆସିଛନ୍ତି। ତୈଳ ଓ ପ୍ରାକୃତି ବାଷ୍ପ ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କହାଯାଇଛି ଯେ ଉପରୋକ୍ତ ସମସ୍ତ ନିଗମ ସହ ଶ୍ରୀ ବଦ୍ରିନାଥ ଉତ୍ଥାନ ଚାରିଟେବଲ୍‌ ଟ୍ରଷ୍ଟ ମଧ୍ୟରେ ଏ ନେଇ ଏକ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇଛି।

ଧର୍ମେନ୍ଦ୍ର ପୁନଶ୍ଚ କହିଛନ୍ତି,

ପବିତ୍ର ବଦ୍ରିନାଥ ପୀଠ କେବଳ ମାତ୍ର ବିଶ୍ବର ହିନ୍ଦୁମାନଙ୍କର ବିଶ୍ବାସ କେନ୍ଦ୍ର ନୁହେଁ। ଏହା ଭାରତର ଏକ ପ୍ରମୁଖ ତୀର୍ଥ କ୍ଷେତ୍ର ଯେଉଁଠି ଆଞ୍ଚଳିକ ଅର୍ଥନୀତିର ବିକାଶ ସାଙ୍ଗକୁ ନିଯୁକ୍ତି ଓ ଉତ୍ତମ ଜୀବନଧାରଣର ସୁଯୋଗ ରହିଛି।

Leave A Reply

Your email address will not be published.