Odisha Link
Bridging the Missing Links in Odisha

‘ଗୋ ମୂତ୍ର ପିଇଲେ ହେବନି କରୋନା’

ନୂଆଦିଲ୍ଲୀ: ଦେଶରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ସଂକ୍ରମଣ। କରୋନାର କରାଳ ରୂପରେ ଘାଣ୍ଟି ହେଉଛନ୍ତି ଦେଶବାସୀ। ଦୈନିକ ଦେଶରେ ୪ ଲକ୍ଷ୍ୟରୁ ଉର୍ଦ୍ଧ୍ବ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଦୈନିକ ୩ ହଜାରୁ ଉର୍ଦ୍ଧ୍ବ ଆକ୍ରାନ୍ତଙ୍କ ଜୀବନ ଯାଉଛି। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ରାଜ୍ୟ ସରକାର ମାନେ କଡ଼ା କଟକଣା ଲାଗୁ କରିଛନ୍ତି। ଅନ୍ୟପଟେ କେନ୍ଦ୍ର ସରକାର କରୋନା ଟିକାକୁ ଗୁରୁତ୍ବ ଦେବାରେ ଲାଗିଛନ୍ତି। କିଭଳି ଅଧିକାରୁ ଅଧିକ ଲୋକ କରୋନା ଟିକା ପାଇ ପାରିବେ ସେ ନେଇ ଅହରହ ଉଦ୍ୟମ କରୁଛନ୍ତି ସରକାର। ଏସବୁ ମଧ୍ୟରେ ବିଜେପିର ଚର୍ଚ୍ଚିତ ନେତା ସୁରେନ୍ଦ୍ର ସିଂ ଏକ ବୟାନ୍‌ ଦେଇ ଚର୍ଚ୍ଚାରେ ରହିଛନ୍ତି।

ଉତ୍ତର ପ୍ରଦେଶର ବଇରିଆର ବିଧାୟକ ସୁରେନ୍ଦ୍ରର ସିଂ କହିଛନ୍ତି ଯେ, କୋଭିଡ-୧୯କୁ ପ୍ରତିହତ କରିବାକୁ ହେଲେ ଗୋ ମୂତ୍ର ପିଅନ୍ତୁ। ଏନେଇ ସେ ନିଜେ ଗୋ ମୂତ୍ର ପିଉଥିବାର ଭିଡିଓ ସୋସିଆଲ ମିଡିଆରେ ଛାଡ଼ିଛନ୍ତି। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।


ସେ ଆହୁରି କହିଛନ୍ତି ଯେ, ପ୍ରତିଦିନ ସକାଳେ ଖାଲି ପେଟରେ ଗୋ ମୂତ୍ର ପାନ କରିବା ଉଚିତ୍। ମୁଁ ବିଜ୍ଞାନକୁ ବିଶ୍ବାସ କରେନି ମୋର ଗୋ ମୂତ୍ର ଉପରେ ବିଶ୍ବାସ ଅଛି। ଗୋ ମୂତ୍ର ପିଇଲେ ସତର୍କତା ଅବଲମ୍ବନ କରିବା ଉଚିତ୍। ଗୋ ମୂତ୍ର ପିଇବାର ଅଧଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବା ବା ପିଇବା ଉଚିିତ୍‌ ନୁହେଁ। ଗୋ ମୂତ୍ର କେବଳ କୋଭିଡ-୧୯ ନୁହେଁ ବହୁ ମାରାତ୍ମକ ରୋଗର ପ୍ରତିଷେଧକ ଭାବେ ବ୍ୟବହାର କରାଯାଉଛି। ବିଶେଷକରି ହାର୍ଟ ରୋଗୀଙ୍କ ପାଇଁ ଏହା ବଡ଼ ଔଷଧ ଭାବେ କାର୍ଯ୍ୟ କରିଥାଏ ବୋଲି ସେ କହିଛନ୍ତି।

Leave A Reply

Your email address will not be published.