Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ସୁସ୍ଥ ହେଲେ ଆଉ ୯୭୦୬ ଆକ୍ରାନ୍ତ

ଭୁବନେଶ୍ୱର: ରାଜ୍ୟରେ ସୁସ୍ଥ ହେଲେ ଆଉ ୯୭୦୬ କରୋନା ଆକ୍ରାନ୍ତ। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୭୮୭ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୧୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ ଜରିଆରେ ସୂଚନା ଦିଆଯାଇଛି। ଏଥିସହ ରାଜ୍ୟରେ ମୋଟ କରୋନା ସୁସ୍ଥଙ୍କ ସଂଖ୍ୟା ୪ ଲକ୍ଷ ୫୭ ହଜାର ୫୬୯କୁ ବୃଦ୍ଧି ପାଇଛି।

କରୋନା ସୁସ୍ଥଙ୍କ ମଧ୍ୟରୁ କଟକ ଜିଲ୍ଲାରୁ ଆଜି ୮୨୩ ଜଣ ସୁସ୍ଥ ହୋଇ ଥିବା ବେଳେ ବରଗଡ଼ରୁ ୫୦୬, ସମ୍ବଲପୁରପୁରରୁ ୪୨୫, ନବରଂଗପୁରରୁ ୪୧୨, ଝାରସୁଗୁଡ଼ାରୁ ୪୦୭, ଅନୁଗୁଳରୁ ୩୯୩, ନୂଆପଡ଼ାରୁ ୩୮୫, କଳାହାଣ୍ଡିରୁ ୩୭୩, ପୁରୀରୁ ୩୦୪, ଯାଜପୁରରୁ ୨୩୧, ନୟାଗଡ଼ରୁ ୨୨୬ ଓ ଭଦ୍ରକ ଜିଲ୍ଲାରୁ ୨୦୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

ସେହିପରି ମୟୂରଭଂଜ ଜିଲ୍ଲାରୁ ୧୯୯ ଜଣ, ବଲାଙ୍ଗୀରରୁ ୧୯୫, କେନ୍ଦୁଝରରୁ ୧୬୧, ରାୟଗଡ଼ାରୁ ୧୫୦ ଜଣ, ଜଗତସିଂହପୁରରୁ ୧୪୫, କେନ୍ଦ୍ରାପଡ଼ାରୁ ୧୩୨, ବାଲେଶ୍ୱରରୁ ୧୨୫, ସୁବର୍ଣ୍ଣପୁରରୁ ୧୨୩, ଗଜପତିରୁ ୧୧୮, ଗଞ୍ଜାମରୁ ୧୧୪, କୋରାପୁଟରୁ ୮୯, କନ୍ଧମାଳରୁ ୬୮, ମାଲକାନଗିରିରୁ ୪୩, ଢେଙ୍କାନାଳରୁ ୪୨, ବୌଦ୍ଧରୁ ୩୭, ଦେବଗଡ଼ରୁ ୨୭ ଓ ରାଜ୍ୟପୁଲରୁ ୩୬୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି।

Leave A Reply

Your email address will not be published.