ପରଲୋକରେ ହକି ଯାଦୁଗର ଧ୍ୟାନଚାନ୍ଦଙ୍କ ବଡ଼ ପୁଅ
ନୂଆଦିଲ୍ଲୀ: ପରଲୋକରରେ ହକିର ଯାଦୁଗର ଧ୍ୟାନଚାନ୍ଦଙ୍କର ବଡ଼ ପୁଅ ବ୍ରଜମୋହନ ସିଂହ। ବ୍ରଜମୋହନ ଧ୍ୟାନଚାନ୍ଦଙ୍କର ୭ ପୁଅଙ୍କ ମଧ୍ୟରୁ ସବୁଠାରୁ ବଡ଼ ଥିଲେ। ଧ୍ୟାନଚାନ୍ଦଙ୍କ ଅନ୍ୟତମ ପୁଅ ତଥା ଭାରତର ପୂର୍ବତନ ହକି ଷ୍ଟାର୍ ଅଶୋକ କୁମାର ଏହାର ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ବ୍ରଜମୋହନଙ୍କୁ ୮୨ ବର୍ଷ ହୋଇଥିଲା।
ଅଶୋକ କୁମାର କହିଛନ୍ତି ଯେ, ମୋ ବଡ଼ ଭାଇ ମାସକ ତଳେ କୋଭିଡରୁ ସୁସ୍ଥ ହୋଇ ସାରିଥିଲେ ଏବଂ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ। ସେ ଇଂଲିଶ ଫିଲ୍ମର ସୌକିନ୍ ଥିଲେ ଏବଂ ଗତ ରାତିରେ ମଧ୍ୟ ଏକ ଫିଲ୍ମ ଦେଇଥିଲେ। ପ୍ରତିଦିନ ଭଳି ଆଜି ସକାଳେ ସେ ମର୍ଣ୍ଣିଂ ୱାକରେ ଯାଇଥିଲେ ଏବଂ ସେଠାରୁ ଫେରି ଜୁସ୍ ପିଇଥିଲେ। ଏହା ପରେ ସେ ବାଥରୁମ୍ ଯାଇଥିଲେ ଏବଂ ତାଙ୍କର ଦେହାନ୍ତ ହୋଇଛି।
ତାଙ୍କ ପୂର୍ବରୁ ମେ’ ୮ ତାରିଖରେ ଦେଶର ଦୁଇ କିମ୍ବଦନ୍ତୀ ହକି ଖେଳାଳି ଓ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ରବିନ୍ଦର ପାଲ୍ ସିଂହ ଓ ଏମକେ କୌଶିକଙ୍କର କରୋନାରେ ଦେହାନ୍ତ ହୋଇଥିଲା ।