ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଗାଥା, ପ୍ରତି ସୋମବାର କଲେଜରେ ହେବ ସ୍ୱତନ୍ତ୍ର କ୍ଲାସ୍

ଓଏଲ୍ ବ୍ୟୁରୋ: ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଗାଥା। ପ୍ରତି ସୋମବାର କଲେଜରେ ସ୍ୱତନ୍ତ୍ର କ୍ଲାସ୍ ହେବ। ଛାତ୍ରଛାତ୍ରୀ ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା। ଏ ନେଇ ସବୁ ଡିଗ୍ରୀ କଲେଜର ଅଧ୍ୟକ୍ଷଙ୍କୁ ଉଚ୍ଚଶିକ୍ଷା ବିଭାଗ ଚିଠି କରିଥିଲା। ଓଡିଶା ହକି ଦଳର ପ୍ରଯୋଜକ ହେବା ପରେ କିଭଳି ଦଳର ପ୍ରଦର୍ଶନରେ ଉନ୍ନତି ଆସିଛି ସେ ବିଷୟରେ କୁହାଯିବ। ଏହା ସହ କ୍ୟାମ୍ପସରେ ହକି ସଫଳତା ସମ୍ବଳିତ ବ୍ୟାନର ମାରିବାକୁ ବିଭାଗ ନିର୍ଦ୍ଦେଶ ଦେଇଛି।
ସୂଚନା ଅନୁସାରେ, ସ୍କୁଲ ପରେ କଲେଜ ଛାତ୍ରଛାତ୍ରୀ ବି ଶୁଣିବେ ଭାରତୀୟ ହକିର ଗୌରବମୟ ଇତିହାସ ଓ ସଫଳତାର ଗାଥା। ପ୍ରତି ସୋମବାର ପିଲାଙ୍କୁ କଲେଜରେ ଏକାଠି କରି ବାର୍ତ୍ତା ଦିଆଯିବ ବୋଲି ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସବୁ ଡିଗ୍ରୀ କଲେଜ ଅଧ୍ୟକ୍ଷଙ୍କୁ ଚିଠି। ଜାତୀୟ ହକି ଦଳର ପୁନରୁଦ୍ଧାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଭୂମିକା ବିଷୟରେ ଛାତ୍ରଛାତ୍ରୀ ଜାଣିବେ। ଚଳିତ ଏସିଆନ୍ ଗେମ୍ରେ ସ୍ୱର୍ଣ୍ଣ ଜିତିଛନ୍ତି ଭାରତୀୟ ହକି ଖେଳାଳି। ୨୦୨୪ରେ ପ୍ୟାରିସ୍ ଅଲମ୍ପିକ୍ସ ପାଇଁ ବି ଯୋଗ୍ୟତା ହାସଲ କରିଛି। ଓଡିଶା ଭାରତୀୟ ଦଳର ପ୍ରଯୋଜକ ଥିବାରୁ ଏହାର ପ୍ରସାର ପାଇଁ ରାଜ୍ୟ ସରକାର ଉଦ୍ୟମ ଆରମ୍ଭ କରିଛନ୍ତି।