ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସରକାରଙ୍କ ବିଜ୍ଞପ୍ତି; ଡାକ୍ତରଙ୍କୁ ମିଳିବ ସି ଅଫ୍

ଓଏଲ୍ ବ୍ୟୁରୋ: ମେଡିକାଲ ଅଧିକାରୀଙ୍କ ଛୁଟି ସଂପର୍କରେ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଣିକି ଡାକ୍ତରଙ୍କୁ ମିଳିବ ସି ଅଫ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି। ସରକାରୀ ଛୁଟି ଦିନରେ କାମ କଲେ ବିକଳ୍ପ ଭାବେ ମିଳିବ ଛୁଟି। ସେହି ମାସର ଯେକୌଣସି ଦିନ ଛୁଟି ନେଇପାରିବେ। ମେଡିକାଲ ଅଧୀକ୍ଷକ ଓ ଇନ୍ ଚାର୍ଜ ରୋଷ୍ଟର ଏହି ବ୍ୟବସ୍ଥା କରିବେ। ତେବେ ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।