Odisha Link
Bridging the Missing Links in Odisha

ରାଜ୍ୟରେ କରୋନା: ଦିନକରେ ୧୧୮୦୫ ପଜିଟିଭ, ୨୧ ମୃତ

ଭୁବନେଶ୍ୱର: ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ହୁହୁ ବଢିବାରେ ଲାଗିଛି କରୋନା ଆକ୍ରାନ୍ତ ସଂଖ୍ୟା ଓ ମୃତ୍ୟୁ ସଂଖ୍ୟା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୮୦୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ୨୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୬୬୧୧ ଜଣ କ୍ବାରେଣ୍ଟାଇନ୍‌ରେ ରହିଥିବା ବେଳେ ୫୧୯୪ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୬୬୮ଜଣ, ବାଲେଶ୍ୱର ଜିଲ୍ଲାରୁ ୩୦୩, ବରଗଡ଼ ଜିଲ୍ଲାରୁ ୪୨୧ଜଣ, ଭଦ୍ରକ ଜିଲ୍ଲାରୁ ୩୦୦ଜଣ, ବଲାଙ୍ଗୀର ଜିଲ୍ଲାରୁ ୩୫୮ଜଣ, ବୌଦ୍ଧ ଜିଲ୍ଲାରୁ ୨୪୬ଜଣ, କଟକ ଜିଲ୍ଲାରୁ ୧୧୯୭ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୯ଜଣ, ଢେଙ୍କାନାଳ ଜିଲ୍ଲାରୁ ୨୮୦ଜଣ, ଗଜପତି ଜିଲ୍ଲାରୁ ୧୧୫ଜଣ, ଗଞ୍ଜାମ ଜିଲ୍ଲାରୁ ୩୩୧ଜଣ, ଜଗତସିଂହପୁର ଜିଲ୍ଲାରୁ ୨୭୪ଜଣ, ଯାଜପୁର ଜିଲ୍ଲାରୁ ୩୯୨ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୨୭ଜଣ, କଳାହାଣ୍ଡି ଜିଲ୍ଲାରୁ ୩୭୭ଜଣ, କନ୍ଧମାଳ ଜିଲ୍ଲାରୁ ୮୩ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୧୪୭ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୮ଜଣ ଜଣ ରହିଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ୧୪୧୪ଜଣ, କୋରାପୁଟ ଜିଲ୍ଲାରୁ ୧୯୬ଜଣ, ମାଲକାନଗିରି ଜିଲ୍ଲାରୁ ୯୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୩୭୪ଜଣ, ନବରଙ୍ଗପୁର ଜିଲ୍ଲାରୁ ୨୩୯ଜଣ, ନୟାଗଡ଼ ଜିଲ୍ଲାରୁ ୨୮୦ଜଣ, ନୂଆପଡ଼ା ଜିଲ୍ଲାରୁ ୩୦୭ଜଣ, ପୁରୀ ଜିଲ୍ଲାରୁ ୩୩୮ଜଣ, ରାୟଗଡ଼ା ଜିଲ୍ଲାରୁ ୧୩୭ଜଣ, ସମ୍ବଲପୁର ଜିଲ୍ଲାରୁ ୫୫୩ଜଣ, ସୋନପୁର ଜିଲ୍ଲାରୁ ୨୧୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୧୨୦୯ଜଣ, ଷ୍ଟେଟ୍‌ ପୁଲ୍‌ରୁ ୨୮୪ଜଣ ରହିଛନ୍ତି।

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ, ଅନୁଗୁଳ ଜିଲ୍ଲାରୁ ୩ଜଣ ରହିଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡ଼ା, ପୁରୀ, ରାୟଗଡ଼ା, ସମ୍ବଲପୁର ଜିଲ୍ଲାରୁ ୨ଜଣ ରହିଛନ୍ତି। ସେହିପରି ବୌଦ୍ଧ, ଗଜପତି, କୋରାପୁଟ ଓ ନୂଆପଡ଼ା ଜିଲ୍ଲାରୁ ଜଣ ଲେଖାଏଁ ରହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬୦୦୪୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୦୮୨୫୯୧୪ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୪୯୧୬୭୪ଜଣ ସୁସ୍ଥ ହୋଇଛନ୍ତି। ଏହାସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ କରୋନା ଜନିତ ମୃତକଙ୍କ ସଂଖ୍ୟା ୨୨୯୪ରେ ପହଞ୍ଚିଥିବା ବେଳେ ଅନ୍ୟ ରୋଗରେ ୫୩ଜଣଙ୍କ ମୃତ୍ୟୁ ହୋଇଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୬୪୭୧ସାମ୍ପୁଲ ଟେଷ୍ଟ୍ ହୋଇଛି।

Leave A Reply

Your email address will not be published.