Odisha Link
Bridging the Missing Links in Odisha

ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କଲେ ସରକାର

ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଛି

ଭୁବନେଶ୍ୱର: ରାଜ୍ୟରେ କାୟା ମେଲାଉଛି ମହାମାରୀ କରୋନା। ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ଓ ମୃତକଙ୍କ ସଂଖ୍ୟା ବଢିବାରେ ଲାଗିଛି। ତେବେ ଏହି ମହାମାରୀ ସମୟରେ ଆକ୍ରାନ୍ତଙ୍କୁ ହସ୍ପିଟାଲ ନେବା ଓ ସୁସ୍ଥ ହେବା ପରେ ଘରକୁ ଆଣିବା ପାଇଁ ଆମ୍ବୁଲାନ୍ସ ଚାଳକମାନେ ନିଜ ଇଚ୍ଛା ମୁତାବକ ଦର କହୁଛନ୍ତି। ଯାହାକୁ ଦୃଷ୍ଟି ରଖି ଆଜି ସରକାରଙ୍କ ପକ୍ଷରୁ ଆମ୍ବୁଲାନ୍ସ ଦର ନିର୍ଦ୍ଧାରଣ କରାଯାଇଛି।

ଘରୋଇ ହସ୍ପିଟାଲ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଦର ନିର୍ଦ୍ଧାରଣ କରାଯାଇଛି। ଦର ନିର୍ଦ୍ଧାରଣ ନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଛି।

ମାରୁତି ଓମିନି ଭଳି ଛୋଟ ଆମ୍ବୁଲାନ୍ସରେ ୧୦ କିମି ମଧ୍ୟରେ ଭଡ଼ା ୭୫୦ ଟଙ୍କା ନିର୍ଦ୍ଧାରଣ କରାଯାଇଛି। ସାଧାରଣ ଲାଇଫ ସପୋର୍ଟ ସିଷ୍ଟମ ଥିବା ଛୋଟ ଆମ୍ବୁଲାନ୍ସ ୧୦ କିମିକୁ ୧୦୦୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି। ବୋଲେରୋ ଭଳି ମଧ୍ୟମ ବର୍ଗର ଆମ୍ବୁଲାନ୍ସ ୧୦୦୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୫୦୦ ଟଙ୍କା। ୱିଙ୍ଗର ଭଳି ବଡ଼ ଆମ୍ବୁଲାନ୍ସ ୧୦ କିମିକୁ ୧୨୫୦, ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୨୦୦୦ ଟଙ୍କା ଏବଂ ବଡ଼ ଆମ୍ବୁଲାନ୍ସରେ ଆଡଭାନ୍ସ ଲାଇଫ ସପୋର୍ଟ ସିଷ୍ଟମ ଥିଲେ ୧୦ କିମିକୁ ୩ ହଜାର ଟଙ୍କା ଦର ଧାର୍ଯ୍ୟ କରାଯାଇଛି।

ତେବେ ପ୍ରଥମ ୧୦ କିମି ପାଇଁ ଦର ନିର୍ଦ୍ଧାରଣ କରାଯାଇଥିବାବେଳେ ପରବର୍ତ୍ତୀ କିମି ପାଇଁ ଅତିରିକ୍ତ ଦେୟ ଦେବାକୁ ପଡ଼ିବ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।