Odisha Link
Bridging the Missing Links in Odisha

କରୋନା: ସିଙ୍ଗାପୁର ଭାରିଆଣ୍ଟ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି

୩ୟ ଲହରରେ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ୨ୟ ଲହର। ଦିନ ଆକ୍ରାନ୍ତଙ୍କ ସଂଖ୍ୟା ମଅତକଙ୍କ ସଂଖ୍ୟା ହୁହୁ ହେଇ ବଢ଼ୁଥିବା ବେଳେ ୩ୟ ଲହର ଆଶଙ୍କା ପ୍ରକାଶ ପାଇଛି। ବିଶେଷକରି ସିଙ୍ଗାପୁରରେ ଦେଖାଯ଼ାଇଥିବା ଏକ ନୂଆ ପ୍ରକାର କରୋନା ଭୁତାଣୁ ଶିଶୁମାନଙ୍କୁ ଅଧିକ ଆକ୍ରାନ୍ତ କରୁଛି। ସିଂଗାପୁରରେ ଏହି ନୂଆ ଭାରିଆଣ୍ଟ ପିଲାମାନଙ୍କୁ ଅଧିକ ଆକ୍ରାନ୍ତ କରିବା ପରେ ସେଠାକାର ସରକାର ସ୍କୁଲଗୁ଼ଡିକୁ ବନ୍ଦ କରାଯାଇଛି ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

ପୂର୍ବରୁ ବିଶେଷଜ୍ଞମାନେ ଦେଶରେ ୩ୟ ଲହର ପାଇଁ ସରକାରଙ୍କୁ ସତର୍କ କରାଇଦେଇଛନ୍ତି। ପ୍ରଥମ ଲହରରେ ବୟସ୍କ ବ୍ୟକ୍ତି ଆକ୍ରାନ୍ତ ହେଉଥିବାବେଳେ ୨ୟ ଲହରରେ ଯ଼ୁବଗୋଷ୍ଠୀ ଆକ୍ରାନ୍ତ ହୋଉଛନ୍ତି। ସେହିପରି ୩ୟ ଲହରରେ ପିଲାମାନେ ଆକ୍ରାନ୍ତ ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାକୁ ଦୃଷ୍ଟିରେ ରଖି କେତେକ ଟିକା କମ୍ପାନି ପିଲାମାନଙ୍କ ଟିକା ଉପରେ ଗବେଷଣା ଓ ପରୀକ୍ଷଣ ଆରମ୍ଭ କରିଦେଇଛନ୍ତି।

ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯ଼େ କେନ୍ଦ୍ର ସରକାର ସିଙ୍ଗାପୁର ଭାରିଆଣ୍ଟକୁ ଏକ ସତର୍କ ଘଣ୍ଟିଭାବରେ ନେଇ ଜରୁରୀକାଳୀନ ପଦକ୍ଷେପ ନେବା ଆବଶ୍ୟକ। ଏହି ଭାଇଆଣ୍ଟ ଦେଶରେ ୩ୟ ଲହର ଆଣିପାର। ଏଣୁ ସରକାର ତୁରନ୍ତ ସିଙ୍ଗାପୁରକୁ ବିମାନ ସେବା ବନ୍ଦ କରନ୍ତୁ ସେହିପରି ଶିଶୁମାନଙ୍କୁ କିପରି ଟିକା ଦିଆଯ଼ାଇପାରିବ ସେ ବିକଳ୍ପ ଉପରେ ବିଚାର ଆରମ୍ଭ କରନ୍ତୁ।

Leave A Reply

Your email address will not be published.