Odisha Link
Bridging the Missing Links in Odisha

ସାମ୍ବାଦିକଙ୍କୁ ମାଡ଼ ମାରିଲା ପୁଲିସ

ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ମଧ୍ୟ ୬ରୁ ୭ ଜଣ ହୋମଗାର୍ଡ ତାଙ୍କୁ ମାଡ଼ ମାରିଥିଲେ।

ପୁରୀ: ସାମ୍ବାଦିକଙ୍କୁ ପିଟିଲା ପୁଲିସ। ଜଣେ ବ୍ୟବସାୟୀଙ୍କୁ ପୁଲିସ ମାଡ଼ ମାରି ଗୁରୁତର ଆହତ କରିବା ସହ ଏନେଇ ଜଣେ ସାମ୍ବାଦିକ ପୁଲିସକୁ ପଚାରିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ସୂଚନା ମୁତାବକ, ବଡ଼ଶଙ୍ଖ ଠାରେ ଫଳ ଓ ପନିପରିବା ବିକିବାକୁ ନେଇ ଆଜି ପୁଲିସ ଓ ବ୍ୟବସାୟୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ପୁଲିସ ଜଣେ ବ୍ୟସାୟୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ପୁଲିସ ମାଡ଼ରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ତେବେ ପୁଲିସ ସମ୍ପୃକ୍ତ ବ୍ୟବସାୟୀଙ୍କୁ ମାଡ଼ ମାରିଲା ବେଳେ ଦତ୍ତାତ୍ରେୟ ନାୟକ ନାମକ ଜଣେ ସାମ୍ବାଦିକ ପୁଲିସକୁ ସମ୍ପୃକ୍ତ ବ୍ୟୟସାୟୀଙ୍କୁ ମାଡ଼ ନମାରିବା ପାଇଁ କହିବାରୁ ପୁଲିସ ସମ୍ପୃକ୍ତ ସାମ୍ବାଦିକଙ୍କୁ ମଧ୍ୟ ଛାଡ଼ିନଥିଲା। ଦତ୍ତାତ୍ରେୟ ନାୟକ ନିଜେ ଜଣେ ସାମ୍ବାଦିକ ବୋଲି ପରିଚୟ ଦେଇଥିଲେ ମଧ୍ୟ ୬ରୁ ୭ ଜଣ ହୋମଗାର୍ଡ ତାଙ୍କୁ ମାଡ଼ ମାରିଥିଲେ।

ଏନେଇ ଅଭିଯୋଗ ପରେ ପୁରୀ ଏସପି ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ପୁଲିସର କାର୍ଯ୍ୟାନୁଷ୍ଠାନ ବିରୋଧରେ ସମ୍ପୃକ୍ତ ସାମ୍ବାଦିକଙ୍କ ସହ ଦୋକାନୀମାନେ ଧାରଣାରେ ବସିଛନ୍ତି। ତେବେ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁରୀ ଅତିରିକ୍ତ ଏସପି ମିହିର ପଣ୍ଡା କହିଛନ୍ତି।

Leave A Reply

Your email address will not be published.