Odisha Link
Bridging the Missing Links in Odisha

ଦେଶରେ ଟିକାର ଅଭାବ ଦୂର ନେଇ ପ୍ରସ୍ତାବ ଦେଲେ ଗଡକରୀ

୧୫ ରୁ ୨୦ ଦିନ ଭିତରେ ଭ୍ୟାକ୍ସିନର ଅଭାବ ଦୂର କରାଯାଇ ପାରିବ

ନୂଆଦିଲ୍ଲୀ: ଦେଶରେ ଅରାୟତ୍ତ ହେଲାଣି କରୋନାର ଦ୍ୱିତୀୟ ଲହର। ହୁହୁ ହୋଇ ସଂକ୍ରମଣ ହାର ଧ ମୃତ୍ୟୁ ସଂଖ୍ୟା ବଢ଼ୁଛି। ଏଥିସହ ଭ୍ୟାକ୍ସିନର ଅଭାବ ମଧ୍ୟ ଜାରି ରହିଛି। ଏହାକୁ ନେଇ କେନ୍ଦ୍ର ସଡକ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଟିକା ଅଭାବ କେମିତି ଦୂର କରାଯାଇ ପାରିବ ସେ ନେଇ ଏକ ବଡ ପ୍ରସ୍ତାବ ଦେଇଛନ୍ତି।

ଗଡକରୀ କହିଛନ୍ତି, ମାତ୍ର ୧୫ ରୁ ୨୦ ଦିନ ଭିତରେ ଭ୍ୟାକ୍ସିନର ଅଭାବ ଦୂର କରାଯାଇ ପାରିବ। ଦେଶରେ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ଅନ୍ୟ କମ୍ପାନୀକୁ ଲାଇସେନ୍ସ ମିଳିବା ଉଚିତ୍। ଯାହା ଫଳରେ ଉତ୍ପାଦନ ବୃଦ୍ଧି କରାଯାଇ ପାରିବ। କିଛି ଦିନ ପୂର୍ବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ଏହି ପ୍ରସ୍ତାବ ଦେଇଥିଲେ।

ନୀତିନ ଗଡକରୀ କହିଛନ୍ତି, ଯେବେ ଚାହିଦା ବଢେ, ଯୋଗାଣରେ ସମସ୍ୟା ଆସିଥାଏ। ଭ୍ୟାକ୍ସିନ କମ୍ପାନୀ ଗୋଟିଏ ପରିବର୍ତ୍ତେ ୧୦ ଜଣକୁ ଲାଇସେନ୍ସ ଦେବା ଉଚିତ୍ ଏବଂ ତା ବଦଳରେ ରୟାଲଟି ନିଅନ୍ତୁ। ପ୍ରତି ରାଜ୍ୟରେ ପ୍ରଥମରୁ ହିଁ ୨-୩ ଲାବୋରାଟୋରୀ ରହିଛି। ସେମାନଙ୍କ ପାଖରେ ଟିକା ପ୍ରସ୍ତୁତ ପାଇଁ ଭିତିଭୂମି ମଧ୍ୟ ରହିଛି।

 ଭ୍ୟାକ୍ସିନ ଫର୍ମୁଲା ପ୍ରସ୍ତୁତ କରି ସେମାନଙ୍କ ସହ ସମନ୍ୱୟ ରଖି ଭ୍ୟାକ୍ସିନ ଉତ୍ପାଦନ କରାଯାଇ ପାରିବ। ଏହିପରି ୧୫ ରୁ ୨୦ ଦିନ ଭିତରେ ଅଧିକ ମାତ୍ରାରେ ଭ୍ୟାକ୍ସିନ ଉତ୍ପାଦନ କରି ଦେଶରୁ ଟିକାର ଅଭାବ ଦୂର କରାଯାଇ ପାରିବ ବୋଲି ନୀତିନ ଗଡକରୀ କହିଛନ୍ତି।

ଏଥିସହ ଭ୍ୟାକ୍ସିନ ରପ୍ତାନକାରୀଙ୍କୁ ନେଇ ଗଡକରୀ କହିଛନ୍ତି, ପ୍ରଥମେ ଦେଶକୁ ପର୍ଯ୍ୟାପ୍ତ ଭ୍ୟାକ୍ସିନ ଯୋଗାଇବା ପରେ ଯାଇ ବିଦେଶକୁ ରପ୍ତାନୀ କରନ୍ତୁ। ଯଦି ଆପଣଙ୍କୁ ମୋର ପ୍ରସ୍ତାବ ଉଚିତ୍ ଲାଗୁଛି ତେବେ ନିଶ୍ଚୟ ବିଚାର କରନ୍ତୁ।

Leave A Reply

Your email address will not be published.