Odisha Link
Bridging the Missing Links in Odisha

କରୋନା: ମାସ୍କ ପାଇଁ ସରକାରଙ୍କର ନୂଆ ଗାଇଡଲାଇନ ଜାରି

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି ମହମାରୀ କରୋନାର ଦ୍ୱିତୀୟ ଲହର। ଡାକ୍ତରଙ୍କ କହିବା ଅନୁସାରେ, କରୋନା ଭୂତାଣୁ ସଂକ୍ରମିତଙ୍କ କଥା କହିବା, କାଶିବା, ଛିଙ୍କିବା ଦ୍ବାରା ପାଟି ଓ ନାକ ଜରିଆରେ ପବନରେ ବ୍ୟାପୁଛି। ଏହି ଭାଇରସ ଆରୋସଲ ଓ ଡ୍ରପଲେଟ୍ସ ଦ୍ୱାରା ଦ୍ରୁତ ଗତିରେ ବ୍ୟାପିଥାଏ। ଏହି ଡ୍ରପଲେଟ୍ ବାୟୁରେ ୧୦ ମିଟର ଯାଏଁ ଯାଇପାରିବ। ଯାହା ପରବର୍ତୀ ସମୟରେ ସୁସ୍ଥବ୍ୟକ୍ତିଙ୍କୁ ସଂକ୍ରମିତ କରିବ।

ସରକାର ଲୋକଙ୍କୁ ମାସ୍କ ପିନ୍ଧନ୍ତୁ ସୁରକ୍ଷିତ ରୁହନ୍ତୁ ବାର୍ତ୍ତା ଦେଉଥିବା ବେଳେ ମାସ୍କ,ସାମାଜିକ ଦୂରତା,ସ୍ୱଚ୍ଚତା,ଭେଣ୍ଟିଲେସନକୁ ନେଇ ନୂଆ ଗାଇଡଲାଇନ ଜାରୀ କରିଛନ୍ତି। ଏନେଇ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ସୂଚନା ଦେଇ କହିଛନ୍ତି ଯେ, ଆରୋସୋଲ ବାୟୁରେ ୧୦ ମିଟର ଯାଏଁ ଯାଇପାରେ। ସେହିପରି ସଂକ୍ରମିତ ବ୍ୟକ୍ତିଙ୍କ ଡ୍ରପଲେଟ୍ ୨ ମିଟର ପରିଧି ଯାଏଁ ପଡିଥାଏ। ଯଦି କୌଣସି ବ୍ୟକ୍ତି ପଜିଟିଭ୍ ହୋଇ ମଧ୍ୟ ଲକ୍ଷଣ ନଥାଏ ତେବେ ମଧ୍ୟ ତାଙ୍କଠାରୁ ଡ୍ରପଲେଟ୍ ବାହାରିଥାଏ। ଯାହା ଅନ୍ୟମାନଙ୍କୁ ସଂକ୍ରମିତ କରିଥାଏ।

ଗାଇଡଲାଇନ୍ ଅନୁସାରେ, ସଂକ୍ରମିତଙ୍କ ଦ୍ୱାରା ନିଶ୍ୱାସ ଛାଡିବା, କଥା ହେବା, ଗାଇବା, ହସିବା, କାଶ ଓ ଛିଙ୍କ ଦ୍ୱାରା ଡ୍ରପଲେଟ୍ ସୁସ୍ଥ ବ୍ୟକ୍ତିଙ୍କ ନାକ ଓ ପାଟି ସାହାଯ୍ୟରେ ଶରୀରରେ ପ୍ରବେଶ କରିଥାଏ। ଏଥିରୁ ବର୍ତ୍ତିବା ପାଇଁ ଲୋକେ ଡବଲ୍ ମାସ୍କ କିମ୍ବା ଏନ୯୫ ମାସ୍କ ପିନ୍ଧିବା ଆବଶ୍ୟକ। ଲୋକମାନେ କରୋନା ମୁକାବିଲା ପାଇଁ ସ୍ଥାନୀୟ ପ୍ରଶାସନକୁ ସହଯୋଗ କରିବା ଉଚିତ୍। ସ୍ୱଚ୍ଛତା ଅବଲମ୍ବନ କରିବା ଆବଶ୍ୟକ ।

ସେହିପରି ସଂକ୍ରମଣଠାରୁ ବଂଚିବା ପାଇଁ ଘରେ ବାୟୁ ଚଳାଚଳ ଠିକ୍ ଭାବେ ହେଲେ ସଂକ୍ରମଣ ବିପଦ ହ୍ରାସ ପାଏ। ଘରେ ସେଣ୍ଟ୍ରାଲ ଏୟାର ଫିଲ୍ଟରରେ ସୁଧାର କରିବା ଆବଶ୍ୟକ। ଅଫିସ, ଅଡିଟୋରିୟମ, ସପିଂ ମଲରେ ରୁଫ୍ ଭେଣ୍ଟିଲେଟର୍ ଉପଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି।ଏହିସବୁ ଗାଇଡ୍‌ଲାଇନ୍‌କୁ ସଠିକ୍ ଭାବରେ ମାନିଲେ ଆମେ କରୋନାକୁ ହରାଇପାରିବା ।

Leave A Reply

Your email address will not be published.