Odisha Link
Bridging the Missing Links in Odisha

ଏଣିକି ହ୍ୱାଟ୍ସଆପ୍‌ରେ ଜାଣିପାରିବେ ନିଜ ଅଞ୍ଚଳରେ ଟିକାର ଉପଲବ୍ଧତା

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଜାରି କଲା ନମ୍ବର

ନୂଆଦିଲ୍ଲୀ: ଦେଶରେ କାୟା ମେଲାଉଛି କରୋନାର ଦ୍ୱିତୀୟ ଲହର। ଦିନକୁ ଦିନ ହୁହୁ ବଢ଼ିବାରେ ଲାଗିଛି ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା। ଏହାରି ମଧ୍ୟରେ କରୋନାକୁ ମାତ୍‌ ଦେବା ପାଇଁ ଟିକାକରଣକୁ ଜୋରଦାର କରାଯାଇଛି। ଏଥିପାଇଁ ଲୋକମାନେ କିଭଳି ସହଜରେ ଭ୍ୟାକ୍ସିନ ପାଇପାରିବେ ଏଥିପାଇଁ ସରକାର ବିଭିନ୍ନ ଉପାୟ କରିଛନ୍ତି। ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏହି ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏଣିକି ହ୍ୱାଟ୍ସଆପ୍‌ରେ ଜାଣିପାରିବେ ନିଜ ଅଞ୍ଚଳରେ ଭ୍ୟାକ୍ସିନର ଉପଲବ୍ଧତା।

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି କରିଛନ୍ତିି। ଏହି ନମ୍ବର ଜରିଆରେ ଆପଣ ନିଜ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଜାଣି ପାରିବେ। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ୯୦୧୩୧୫୧୫୧୫ ନମ୍ବର ଜାରି କରିଛି। ଘରେ ବସି ଆପଣ ଏହି ନମ୍ବର ମାଧ୍ୟମରେ ନିଜ ଅଂଚଳରେ ଭ୍ୟାକ୍ସିନ ସନ୍ଧାନ କରି ପାରିବେ। ଏଥିପାଇଁ କେବଳ ଏକ ମେସେଜ କରିବାକୁ ପଡିବ।

ହ୍ୱାଟ୍ସଆପ ନମ୍ବରକୁ ଯାଇ ନିଜ ଅଞ୍ଚଳର ପିନକୋଡ୍ ଟାଇପ୍ କରି ସେଣ୍ଡ କରିବେ। ସେପଟୁ ଆପଣଙ୍କ ଅଞ୍ଚଳରେ ଭ୍ୟାକ୍ସିନ ଉପଲବ୍ଧ ଅଛି କି ନାହିଁ ଆପଣଙ୍କୁ ସବିଶେଷ ତଥ୍ୟ ମିଳିଯିବ। ଏହି ବ୍ୟବସ୍ଥାରେ ପଳରେ ଲୋକଙ୍କୁ ଟିକାକରଣ ପାଇଁ ହଇରାଣ ହେବାକୁ ପଡିବ ନାହିଁ ଏବଂ ଅଯଥାରେ ବିନା ସୂଚନାରେ ଟିକା କେନ୍ଦ୍ର ଯିବାକୁ ପଡିବ ନାହିିଁ। ଆପଣଙ୍କ ପାଳି ଦିନ ଭ୍ୟାକ୍ସିନ ବିଷୟରେ ଉକ୍ତ ନମ୍ବର ଜରିଆରେ ସଦ୍ୟତମ ସୂଚନା ପାଇ ପାରିବେ ଓ କେନ୍ଦ୍ରକୁ ଯାଇ ଟିକା ନେଇ ପାରିବେ।

Leave A Reply

Your email address will not be published.