Odisha Link
Bridging the Missing Links in Odisha

ଚାଷୀଭାଇ ମାନଙ୍କ ପାଇଁ ଉନ୍ମୋଚନ ହେଲା ୨ ଗୋଟି ଶଙ୍କର ଜାତୀୟ ନୂଆ ଲଙ୍କା

କଟକ: ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ନୁଜିଭିଡୁ ସିଡ୍ ଲିମିଟେଡ୍ କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଏମ୍ ପ୍ରଭାକର ରାଓ ଉତ୍ସାହର ସହ ଏକ ନୂତନ ପ୍ରକାରର ହାଇବ୍ରିଡ୍ ଲଙ୍କା ଏନ୍‌ସିଏଚ୍ -୧୨୩୩ (ସିରି) ଉନ୍ମୋଚନ କରିଛନ୍ତି। ଯେଉଁଥିରେ ଏକ ଲକ୍ଷରୁ ଅଧିକ ଚାଷୀ ଭାଇମାନଙ୍କ ଅନଲାଇନରେ ଅଂଶଗ୍ରହଣ କରିଥିଲେ। ଶ୍ରୀ ଏମ.ପ୍ରଭାକର ରାଓ କୃଷକମାନଙ୍କୁ ସମ୍ବୋଧିତ କରି ଏନ୍‌ସିଏଚ୍ -୧୨୩୩ (ସିରି) ଲଙ୍କାର ବିଭିନ୍ନ ଗୁଣକୁ ଆଲୋକିତ କିରିଛନ୍ତି।

ଏନ୍‌ସିଏଚ୍‌ -୧୨୩୩ (ସିରି) କିସମର ଲଙ୍କା ଗଛ ମଜବୁତ ଓ ଆକର୍ଷକ ହୋଇଥାଏ। ଏଥିସହ ଏହା ଭାଇରସ୍ ରୋଗ ପ୍ରତି ଅଧିକ ସହନଶୀଳ ତଥା ଫଳ ତୋଳିବାକୁ ସହଜ ହୋଇଥାଏ। ତୋଳିବା ସହଜ ହେବା କାରଣରୁ ମଜୁରୀ ଖର୍ଚ୍ଚ କମ୍ ହୋଇଥାଏ। ଏହି କିସମର ଗଛ ଶୀଘ୍ର ଫଳ ଦିଏ ଏବଂ ଏହାର ଫଳରେ ମଞ୍ଜିର ସଂଖ୍ୟା ଅଧିକ କାରଣରୁ ଓଜନ୍ ଦାର ହୋଇଥାଏ ଯାହା ପାଇଁ ଚାଷୀଭାଇ ମାନଙ୍କୁ ଅଧିକ ଲାଭ ମିଳିଥାଏ। ‘ସବୁଜ ତୋଳ କି ଲାଲ, ଏ ହଉଚି ଶିରି ର କମାଲ’।

ଏନ୍‌ସିଏଚ୍-୮୭୩ (ତ୍ରିଶା) କିସମର ଲଙ୍କା ଗଛ ଶୀଘ୍ର ଫଳ ଦେଇଥାଏ। ଯାହା ସବୁଜ ଏବଂ ଦୂର ବଜାର କୁ ନେବା ପାଇଁ ଉପଯୁକ୍ତ। ତୃଷା ଲଙ୍କା ଜୀବାଣୁ ଏବଂ ଉତ୍ତାପ-ସହନଶୀଳ ବିବିଧତା ହେବା କାରଣରୁ ଚାଷୀଭାଇ ମାନଙ୍କୁ କମ ଖର୍ଚ୍ଚରେ ବେଶୀ ଲାଭ ଦେଇଥାଏ।

ସାରାଂଶରେ, ନୁଜିଭିଡୁ ସିଡ୍ସ୍ ଲିମିଟେଡ୍ କମ୍ପାନିର ଲଙ୍କାର କିସମ (ସିରି) ଏନ୍ସିଏଚ୍-୧୨୩୩, ତୃଷା ଏନ୍ସିଏଚ୍-୮୭୩ ଚାଷୀଭାଇ ମାନଙ୍କର କମ୍ ସମୟରେ ବେଶୀ ଅମଳ ଓ ବେଶୀ ଆମଦାନି ପ୍ରଦାନ କରେ।

ଏହି କିସମର ଲଙ୍କା ବିଷୟରେ ଅଧିକ ତଥ୍ୟ ପାଇଁ ନୁଜିଭିଡୁ ସିଡ୍ସ୍ ଲିମିଟେଡ୍ କମ୍ପାନୀର ଓଡ଼ିଶା ମୁଖ୍ୟ ପରିଚାଳକ ଜ୍ୟୋତି ପ୍ରକାଶ ବିଶ୍ବାଳଙ୍କ ସହ ୯୯୩୭୦୦୯୨୫୯ ନମ୍ବରରେ ଯୋଗାଯୋଗ କରିପାରିବେ।

Leave A Reply

Your email address will not be published.