Odisha Link
Bridging the Missing Links in Odisha

ଭାଙ୍ଗିଲା ରେକର୍ଡ: ଦିନକରେ ୧୨,୮୫୨ କରୋନା ପଜିଟିଭ ଚିହ୍ନଟ, ଖୋର୍ଦ୍ଧାରୁ ୧୯୦୯

ଭୁବନେଶ୍ବର: ରାଜ୍ୟରେ ଲାଗୁ ହୋଇଛି ଲକ୍‌ଡାଉନ୍, ସଟ୍‌ଡାଉନ୍‌ ଭଳି କଟକଣା। ହେଲେ ଏବେ ବି କରୋନା ସଂକ୍ରମଣକୁ ପ୍ରତିହତ କରିବାରେ ସଫଳ ହୋଇ ନାହିଁ କଟକଣା। ଦିନକୁ ଦିନ ରାଜ୍ୟରେ ଉପର ମୁହାଁ ହେଉଛି କରୋନା ଗ୍ରାଫ। ଦିନକରେ ରାଜ୍ୟରେ ୧୨,୮୫୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୬,୯୨,୩୮୨ ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୭୧୯୫ ଜଣ କ୍ବାରାଣ୍ଟିନ୍‌ ସେଣ୍ଟରରେ ରହିଥିବା ବେଳେ ୫,୬୫୭ ଜଣ ସ୍ଥାନୀୟ ବାସିନ୍ଦା ରହିଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ରାଜ୍ୟରେ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୮୭୪ଜଣ, ବାଲେଶ୍ୱର ଜିଲ୍ଲାରୁ ୫୦୮ଜଣ, ବରଗଡ଼ ଜିଲ୍ଲାରୁ ୪୬୧ଜଣ, ଭଦ୍ରକ ଜିଲ୍ଲାରୁ ୧୫୧ଜଣ, ବଲାଙ୍ଗୀର ଜିଲ୍ଲାରୁ ୨୭୪ଜଣ, ବୌଦ୍ଧ ଜିଲ୍ଲାରୁ ୩୪୭ଜଣ, କଟକ ଜିଲ୍ଲାରୁ ୧୦୭୩ଜଣ, ଦେଓଗଡ଼ ଜିଲ୍ଲାରୁ ୧୦୫ଜଣ, ଢେଙ୍କାନାଳ ଜିଲ୍ଲାରୁ ୪୮୨ଜଣ, ଗଜପତି ଜିଲ୍ଲାରୁ ୭୭ଜଣ, ଗଞ୍ଜାମ ଜିଲ୍ଲାରୁ ୩୪୦ଜଣ, ଜଗତସିଂହପୁର ଜିଲ୍ଲାରୁ ୩୦୦ଜଣ, ଯାଜପୁର ଜିଲ୍ଲାରୁ ୩୩୭ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୩୩୯ଜଣ, କଳାହାମ୍ଡି ଜିଲ୍ଲାରୁ ୬୬୮ଜଣ, କନ୍ଧମାଳ ଜିଲ୍ଲାରୁ ୧୦୪ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨୮୫ଜଣ, କେନ୍ଦୁଝର ଜିଲ୍ଲାରୁ ୧୮୦ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୧୯୦୯ଜଣ, କୋରାପୁଟ ଜିଲ୍ଲାରୁ ୨୭୨ଜଣ, ମାଲକାନଗିରି ଜିଲ୍ଲାରୁ ୧୧୪ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୫୮୬ଜଣ, ନବରଙ୍ଗପୁର ଜିଲ୍ଲାରୁ ୩୪୪ଜଣ, ନୟାଗଡ଼ ଜିଲ୍ଲାରୁ ୩୩୧ଜଣ, ନୂଆପଡ଼ା ଜିଲ୍ଲାରୁ ୭୦ଜଣ, ପୁରୀ ଜିଲ୍ଲାରୁ ୪୭୨ଜଣ, ରାୟଗଡ଼ା ଜିଲ୍ଲାରୁ ୧୯୮ଜଣ, ସମ୍ବଲପୁର ଜିଲ୍ଲାରୁ ୩୫୫ଜଣ, ସୋନପୁର ଜିଲ୍ଲାରୁ ୫୫ଜଣ, ସୁନ୍ଦରଗଗଡ଼ ଜିଲ୍ଲାରୁ ୮୪୮ଜଣ , ଷ୍ଟେଟ୍‌ ପୁଲ୍‌ରୁ ୩୩୩ଜଣ ରହିଛନ୍ତି ।

ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୬,୯୨,୩୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧,୧୧,୮୬୨ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୫,୭୭,୯୮୩ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି

Leave A Reply

Your email address will not be published.