Odisha Link
Bridging the Missing Links in Odisha

ରାଜ୍ୟରେ ବନ୍ୟା ସ୍ଥିତି ନାହିଁ: ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ

ଭୁବନେଶ୍ବର: ରାଜ୍ୟରେ ବାତ୍ୟା ପରେ ବନ୍ୟା ସ୍ଥିତି ନାହିଁ। ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ। ମାତ୍ର ପ୍ରବଳ ବର୍ଷା ଯୋଗୁଁ ନଦୀର ଜଳସ୍ତର ବଢ଼ିଛି। ବୈତରଣୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି। ଆନନ୍ଦପୁର ପାଖରେ ବୈତରଣୀ ବିପଦ ସଂକେତ ଉପରେ ପ୍ରବାହିତ ହେଉଛି। ବର୍ତ୍ତମାନ ୩୮ଦଶମିକ ୩୬ ମିଟର ସହ ବିପଦ ସଂକେତ ଉପରେ ରହିଛି। ଆଗକୁ ଏଠାରେ ୪୦ ଦଶମିକ ୮୫ ମିଟର ଜଳ ପ୍ରବାହିତ ହେବ।

ଏଥିସହ ଆଖୁଆପଦା ଠାରେ ଜଳସ୍ତର ବଢିବ। ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖାରେ ବିପଦ ସଂକେତ ତଳେ ପ୍ରବାହିତ ହେଉଛି ଜଳ। ସାଳନ୍ଦୀ ନଦୀରେ ବି ଜଳସ୍ତର କମ ରହିଛି। ସମୁଦ୍ର ଜୁଆର ପାଣି ଓ ପବନ ମାଡ଼ ହେବା ଦ୍ୱାରା ଆମର ଅନେକ ଲୁଣା ବନ୍ଧ ଡ଼୍ୟାମେଜ ହୋଇଛି। କେନ୍ଦ୍ରାପଡ଼ା, ବାଲିଆପାଳ ଭଳି ଜାଗାରେ ଲୁଣା ବନ୍ଧ ଅଧିକ ମାତ୍ରାରେ ନଷ୍ଟ ହୋଇଛି।

Leave A Reply

Your email address will not be published.