Odisha Link
Bridging the Missing Links in Odisha

ମୋତେ ଗିରଫ କରିବା ପାଇଁ କାହାର ସେତିକି ସାହାସ ନାହିଁ: ବାବା ରାମଦେବ

ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମାମଲା କରାଯାଉ ବୋଲି ଆଇଏମଏ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଦାବି କରିଛି

ନୂଆଦିଲ୍ଲୀ: ଏଲୋପାଥିି ବିରୋଧରେ ବିବାଦୀୟ ମନ୍ତବ୍ୟ ପାଇଁ ରାମଦେବଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବାବା ରାମଦେବଙ୍କ ବିରୋଧରେ ଦେଶଦ୍ରୋହ ମୋକଦ୍ଦମା କରାଯାଉ ବୋଲି ଦାବି କରାଯାଉଛି। ଏନେଇ ଇଣ୍ଡିଏନ ମେଡିକାଲ ଏସୋସିଏସନ (ଆଇଏମଏ) ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଏହି ଦାବି ଜଣାଇଛନ୍ତି।

ଏହାର ପ୍ରତ୍ୟୁତ୍ତର ଏକ ନୂଆ ଭିଡିଓରେ ରାମଦେବ କହିଛନ୍ତି, ସେମାନଙ୍କ ବାପା ବି ରାମଦେବଙ୍କୁ ଗିରଫ କରି ପାରିବେ ନାହିଁ। ସେମାନେ ‘ଗୁଣ୍ଡା ରାମଦେବ’ ‘ମହାଗୁଣ୍ଡା ରାମଦେବ, ‘ରାମଦେବଙ୍କୁ ଗିରଫକର’ ଆଦି ‘ଟ୍ରେଣ୍ଡ୍‌’ କରୁଛନ୍ତି। ସେମାନେ କରନ୍ତୁ। ଆମ ଲୋକେ ଏଭଳି ‌‘ଟ୍ରେଣ୍ଡ୍‌’ ପ୍ରତି ଅଭ୍ୟସ୍ତ ହୋଇଯାଇଛନ୍ତି।

ସୂଚନାଯୋଗ୍ୟ, ରାମଦେବ ବାବା ନିଜର ଗୋଟିଏ ବାର୍ତ୍ତାରେ କହିଥିଲେ ଯେ ଅନେକ ଡାକ୍ତର ଦେଶରେ ଭ୍ୟାକ୍ସିନ ନେବା ପରେ ମଧ୍ୟ ମୃତ୍ୟୁବରଣ କରିଛନ୍ତି ଓ ସେ ଏଲୋପାଥି ଚିକିତ୍ସା ବିଷୟରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଥିଲେ। ସରକାରଙ୍କ କରୋନା ଚିକିତ୍ସାର ପ୍ରୋଟୋକଲକୁ ଉଲ୍ଲଙ୍ଘନ କରିବା ସହ କୋଭିଡ୍ ଟିକାକରଣ ବିଷୟରେ ‘ଭୟ ବିସ୍ତାର’ କରାଉଥିବା ଅଭିଯୋଗରେ ‘ପତଞ୍ଜଳି ଉତ୍ପାଦ’ର ମାଲିକଙ୍କୁ ‘ବୁକ୍‌’ କରାଯାଉ ବୋଲି ଆଇଏମଏ ନିଜ ପତ୍ରରେ ଲେଖିଛନ୍ତି।

ଏଥିସହ ସବୁ ସର୍ବସାଧାରଣ ଉଦ୍‌ବୋଧନରେ ଟିକାକରଣର ମହତ୍ତ୍ବ ବଖାଣୁ ଥିବାରୁ ‘ଆଇଏମ୍‌ଏ’ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛି। ଆଗାମୀ ‘ମନ୍‌କି ବାତ୍‌’ ଅଧ୍ୟାୟରେ ଟିକାକରଣ ପ୍ରସଙ୍ଗରେ ପରାମର୍ଶ ଦେବା ଲାଗି ମଧ୍ୟ ‘ଆଇଏମ୍‌ଏ’ ପ୍ରଧାନମନ୍ତ୍ରୀଙ୍କୁ ଉକ୍ତ ପତ୍ରରେ ନିବେଦନ କରିଛି।

ମେଡିକାଲ ଏସୋସିଏସନ ପକ୍ଷରୁ ବାବା ରାମଦେବଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯିବା ସହ ୧୫ ଦିନରେ କ୍ଷମା ମାଗନ୍ତୁ ବାବା ବୋଲି ନୋଟିସରେ ଉଲ୍ଲେଖ କରାଯାଇଛି। ଏଥିସହ ୧୦୦୦ କୋଟିିର କ୍ଷତିପୂରଣ ମଧ୍ୟ ପତଞ୍ଜଳୀ କମ୍ପାନୀ ତରଫରୁ ଦିଆଯାଉ ବୋଲି ଏସୋସିଏସନ ତରଫରୁ କୁହାଯାଇଛି।

Leave A Reply

Your email address will not be published.