Odisha Link
Bridging the Missing Links in Odisha

ବାତ୍ୟା ପର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ବି ପଜିଟିଭିଟି ହାର କମିଛି

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଥିବାବେଳେ ଦୀର୍ଘଦିନ ପରେ ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ୟା ଆଶାତୀତ ଭାବେ ହ୍ରାସ ପାଇଛି। ହଠାତ୍‌ ପଜିଟିଭିଟି ହାର କମିବା ପରେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, ରାଜ୍ୟରେ କରୋନା ପଜିଟିଭିଟି ହାର କମିଛି। ମୃତ୍ୟୁ ସଂଖ୍ୟା ବଢ଼ୁଥିଲେ ବି ପଜିଟିଭିଟି ହାର କମିଛି। ରାଜ୍ୟରେ ପଜିଟିଭିଟି ହାର ପୂର୍ବରୁ ୨୦ ପ୍ଲସ୍ ଥିଲା। ମାତ୍ର ଏବେ ଏହା ୧୪କୁ ଖସି ଆସିଛି।

ଆଇସିୟୁରେ ରୋଗୀ ଅଧିକ ଦିନ ଧରି ଚିକିତ୍ସିତ ହେଉଥିବାରୁ ମୃତ୍ୟୁ ସଂଖ୍ୟା ବଢୁଛି। ରାଜ୍ୟରେ ଆଇସିୟୁ ୮୦ ପ୍ରତିଶତ ଓ ଭେଣ୍ଟିଲେଟର ୫୦ ପ୍ରତିଶତ ଫିଲଅପ୍ ଅଛି। ସେହିପରି ବାତ୍ୟା ୟାସ୍ ପାଇଁ କରୋନା ଟେଷ୍ଟିଂ କମିଛି। ବାତ୍ୟା ପରର ସ୍ଥିତିରେ ସୁଧାର ଆସିଲେ ଡୋର ଟୁ ଡୋର ସର୍ଭେ ହେବ। ବାତ୍ୟା ଆଶ୍ରୟସ୍ଥଳୀରୁ ଲୋକେ ଫେରିଲେ ଟିକାକରଣ ଓ ଟେଷ୍ଟିଂ କରାଯିବ ।

ତେବେ ବାତ୍ୟା ପାଇଁ କୌଣସି ଜିଲ୍ଲାରେ କୋଭିଡ ଇନଫ୍ରାଷ୍ଟ୍ରକଚର୍ ନଷ୍ଟ ହୋଇନଥିବା ବିଜୟ ମହାପାତ୍ର କହିଛନ୍ତି। ଅନ୍ୟପଟେ ଲକଡାଉନ୍ ନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ବିଶେଷଜ୍ଞଙ୍କ ମତାମତ ନିଆଯାଉଛି। ପରେ ଲକଡାଉନ୍ ଉପରେ ଚିନ୍ତା କରାଯିବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.