Odisha Link
Bridging the Missing Links in Odisha

ଆଜି ସଭରକର ଜୟନ୍ତୀ: ସିନେମା ଘୋଷଣା କଲେ ମହେଶ ମଞ୍ଜେରକର

ସିନେମାର ନାମ ରଖାଯାଇଛି 'ସ୍ବତନ୍ତ୍ରବୀର ସଭରକର'। ଏହାର ନିର୍ଦ୍ଦେଶକ ମହେଶ ମଞ୍ଜେରକର ଏହାର କାହାଣୀ ମଧ୍ୟ ଲେଖୁଛନ୍ତି।

ମୁମ୍ବାଇ: ସ୍ବାଧୀନତା ସଂଗ୍ରାମୀ ବିନାୟକ ଦାମୋଦର ସଭରକରଙ୍କର ଆଜି ୧୩୮ତମ ଜୟନ୍ତୀ ଦିବସ ଅବସରରେ ତାଙ୍କୁ ନେଇ ଏକ ଚଳଚ୍ଚିତ୍ର ଘୋଷଣା କରିଛନ୍ତି ଜଣାଶୁଣା ନିର୍ଦ୍ଦେଶକ ମହେଶ ମଞ୍ଜେରକର। ଏହି ସିନେମାଟିକୁ ମିଳିତ ଭାବେ ପ୍ରସ୍ତୁତ କରୁଛନ୍ତି ପ୍ରଯୋଜକ ସଂଦୀପ ସିଂହ ଓ ଅମିତ ଓ୍ବାଧବାନୀ।

ସିନେମାର ନାମ ରଖାଯାଇଛି ‘ସ୍ବତନ୍ତ୍ରବୀର ସଭରକର’। ଏହାର ନିର୍ଦ୍ଦେଶକ ମହେଶ ମଞ୍ଜେରକର ଏହାର କାହାଣୀ ମଧ୍ୟ ଲେଖୁଛନ୍ତି। ଋଷି ମାଧବାନୀଙ୍କ ସହ ମଞ୍ଜେରକର ମିଳିତ ଭାବେ ସଭରକରଙ୍କ କାହାଣୀ ଲେଖିବେ।

ଲଣ୍ଡନ, ଆଣ୍ଡାମାନ ଓ ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ସିନେମାର ଶୁଟିଂ କରାଯିବ। ତେବେ ଏଥିରେ ମୁଖ୍ୟ ଭୂମିକାରେ କିଏ ଅଭିନୟ କରିବେ ସେ ନେଇ ଆଜି କୌଣସି ଘୋଷଣା ହୋଇନାହିଁ।

Leave A Reply

Your email address will not be published.