Odisha Link
Bridging the Missing Links in Odisha

ସହାୟତା ନୁହେଁ, ଲୋଡ଼ା ସ୍ଥାୟୀ ପ୍ରତିକାର

ଭୁବନେଶ୍ବର: ବାତ୍ୟା ‘ୟାସ୍‌’ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ସମୀକ୍ଷା ପାଇଁ ଆଜି ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଭୁବନେଶ୍ୱର ବିମାନବନ୍ଦରରେ ସେ ବାତ୍ୟା କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି।ପ୍ରଧାନମନ୍ତ୍ରୀ ପ୍ରାୟ ୧ ଘଣ୍ଟା ଧରି ଭୁବନେଶ୍ୱର ବିମାନ ବନ୍ଦରରେ ରହିଥିଲେ। ସେଠାରେ ସେ ବାତ୍ୟା ୟସର କ୍ଷୟକ୍ଷତି ନେଇ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ, ୨ କେନ୍ଦ୍ରମନ୍ତ୍ରୀ, ମୁଖ୍ୟସଚିବ, ସ୍ୱତନ୍ତ୍ର ରିଲିଫ କମିଶନର ପ୍ରମୁଖ ଉପସ୍ଥିତ ରହିଥିଲେ।

ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ସରିବା ପରେ ଏସ୍‌ଆର୍‌ସି ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ, ରାଜ୍ୟ ସରକାର ବାତ୍ୟା ମୁକାବିଲାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି।। ୟାସ୍ ବାତ୍ୟା କ୍ଷୟକ୍ଷତି ପାଇଁ କୌଣସି ସହାୟତା ଦାବି କରାଯାଇ ନାହିଁ। ୟାସ୍ କ୍ଷୟକ୍ଷତିକୁ ଆମେ ମ୍ୟାନେଜ କରିଦେବୁ। ଉପକୂଳ ଜିଲ୍ଲାରେ ଅଣ୍ଡର ଗ୍ରାଉଣ୍ଡ ବିଦ୍ୟୁତ ବ୍ୟବସ୍ଥା ପାଇଁ ଦାବି କଲା ରାଜ୍ୟ ସରକାର। ଜୁଆର ଅଟକାଇବାକୁ ବ୍ୟବସ୍ଥା କରିବାକୁ କେନ୍ଦ୍ରର ସହାୟତା ଲୋଡାଗଲା ବୋଲି ସେ କହିଛନ୍ତି।

ପୂର୍ବରୁ ମୋଦୀ ଏକ ସ୍ୱତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱରସ୍ଥ ବିମାନ ବନ୍ଦରରେ ଯୋଗଦେଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ସ୍ୱାଗତ ଜଣାଇଥିଲେ । ପରେ ଭୁବନେଶ୍ୱର ବିମାନବନ୍ଦରରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଉକ୍ତ ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ, ମୁଖ୍ୟ ଶାସନ ସଚିବ ସୁରେଶଚନ୍ଦ୍ର ମହାପାତ୍ର, ପୁଲିସ ଡିଜି ଅଭୟ ଓ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.