Odisha Link
Bridging the Missing Links in Odisha

୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ହେଲେ ଟୋଲ ଟ୍ୟାକ୍ସ ଛାଡ଼

୧୦ ସେକେଣ୍ଡରେ ଗାଡ଼ିଗୁଡିକ ପାର ହେବେ ଟୋଲ ଗେଟ୍

ନୂଆଦିଲ୍ଲୀ: ଏଣିକି ଟୋଲ ଗେଟରେ ଆଉ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିବନାହିଁ। ମାତ୍ର ୧୦ ସେକେଣ୍ଡରେ ଗାଡ଼ିଗୁଡିକ ପାର ହେବେ ଟୋଲ ଗେଟ୍। ନ୍ୟାସନାଲ ହାଇୱେ ଅଫ୍ ଇଣ୍ଡିଆ (ଏନଏଚଆଇ) ପକ୍ଷରୁ ଏନେଇ ଜାରି ହୋଇଛି ନୂଆ ନିର୍ଦ୍ଦେଶ। ସୂଚନା ଅନୁଯାୟୀ ଟୋଲ ପ୍ଲାଜାରେ ଏବେ ଗାଡ଼ିଗୁଡିକୁ ୧୦ ସେକେଣ୍ଡରୁ ଅଧିକ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ ନାହିଁ।

ନ୍ୟାସନାଲ ହାଇୱେ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ କୁହାଯାଇଛି ଯେ, ଏବେ ପିକ୍ ଆୱାରରେ ମଧ୍ୟ ଟୋଲ ପ୍ଲାଜାରେ ଗାଡ଼ିକୁ ୧୦ ସେକେଣ୍ଡରୁ ଅଧିକ ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ଲାଗିବ ନାହିଁ। ଯଦି କୌଣସି କାରଣରୁ ଟୋଲ ପ୍ଲାଜାରେ ୧୦୦ ମିଟରରୁ ଅଧିକ ଲମ୍ବା ଲାଇନ ରହୁଛି; ତେବେ ଗାଡ଼ିଠାରୁ ଟୋଲ ଟ୍ୟାକ୍ସ ନିଆଯିବ ନାହିଁ। ସେମାନଙ୍କୁ ବିନା ଟୋଲ ଟ୍ୟାକ୍ସ ଦେଇ ପାର ହେବାକୁ ଅନୁମତି ମିଳି ।

ଏନଏଚଏଆଇର ନିୟମ ଅନୁସାରେ ସବୁ ଟୋଲ ପ୍ଲାଜାରେ ୧୦୦ ମିଟର ଦୂରତା ଦର୍ଶାଇବା ପାଇଁ ଏକ ହଳଦିଆ ଲାଇନ ରହିବ। ଏହି ସୁବିଧା ଦେଶର ସବୁ ଟୋଲ ଗେଟରେ କରାଯିବ। ଅନ୍ୟପକ୍ଷରେ ଗତ ଫେବ୍ରୁଆରି ମାସରୁ ଶତପ୍ରତିଶତ କ୍ୟାଶ୍ ଲେସ୍ ବ୍ୟବସ୍ଥା ଲାଗୁ ହୋଇସାରିଛି।

Leave A Reply

Your email address will not be published.