Odisha Link
Bridging the Missing Links in Odisha

ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ

ଭୁବନେଶ୍ୱର: ବାତ୍ୟା ପାଇଁ ଓଡ଼ିଶାକୁ ୫୦୦ କୋଟିର ପ୍ୟାକେଜ୍‌ ଘୋଷଣା କଲା କେନ୍ଦ୍ର। ବାତ୍ୟାରେ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର ସହାୟତା ମିଳିବା ସହ ଗୁରୁତର ଆହତଙ୍କୁ ୫୦ ହଜାର ଟଙ୍କା ଘୋଷଣା ହୋଇଛି। ବାତ୍ୟା ପାଇଁ ମୋଟ ହଜାରେ କୋଟିର ସହାୟତା ଘୋଷଣା କରାଯାଇଥିବା ବେଳେ ୫୦୦ କୋଟି ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡ ପାଇଁ ଘୋଷଣା ହୋଇଛି।

ଆଜି ଭୁବନେଶ୍ୱରରେ ବାତ୍ୟା ସମୀକ୍ଷା ବୈଠକ ପରେ ଏରିଏଲ ସର୍ଭେରେ ଯାଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ବୈଠକକୁ ନେଇ ବଡ଼ ସୂଚନା ଦେଇଥିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ସେ କହିଥିଲେ, ବାତ୍ୟା କ୍ଷତିଗ୍ରସ୍ତ ଏରିଆ ବୁଲି ଦେଖିବା ପରେ ସନ୍ଧ୍ୟା ସୁଦ୍ଧା ଓଡ଼ିଶାକୁ ବାତ୍ୟା ସହାୟତା କେନ୍ଦ୍ର ସରକାର ଘୋଷଣା କରିବେ। ଓଡ଼ିଶା ସହ ପୂରା କେନ୍ଦ୍ର ସରକାର ଅଛନ୍ତି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ବାତ୍ୟା ୟାସ ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ପାଇଁ ତତ୍କାଳ ସହାୟତା ମାଗିନଥିଲା ଓଡ଼ିଶା ସରକାର। ଦେଶ କରୋନା ମହାମାରୀରେ ଯୁଝି ହେଉଥିବାରୁ ବର୍ତ୍ତମାନ ପାଇଁ ପ୍ରଧାନମନ୍ତ୍ରୀଙ୍କୁ କୌଣସି ସହାୟତା ମଗା ଯାଇନି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟ୍ୱିଟ୍‌ କରି ଜଣାଇଛନ୍ତି। କେନ୍ଦ୍ର ଉପରେ ବୋଝ ନଲଦି ନିଜ ସମ୍ବଳରୁ ବର୍ତ୍ତମାନ ପାଇଁ ବାତ୍ୟା ମୁକାବିଲା କରାଯିବ ବୋଲି ସେ କହିଛନ୍ତି।

ତେବେ ବାତ୍ୟା ଭଳି ବଡ଼ ବିପର୍ଯ୍ୟୟର ମୁକାବିଲା ପାଇଁ ୨ ପ୍ରକାର ଦୀର୍ଘମିଆଦି ସହାୟତା ଆଶା କରିଛନ୍ତି। ରାଜ୍ୟ ସରକାର ବିଶେଷ କରି ବିପର୍ଯ୍ୟୟ ସମ୍ଭାଳି ପାରୁଥିବା ବିଦ୍ୟୁତ୍‌ ବ୍ୟବସ୍ଥା ଓ ବଡ଼ ଜୁଆରରୁ ରକ୍ଷା ପାଇବା ଭଳି ସାମୁଦ୍ରିକ ବନ୍ଧ ନିର୍ମାଣ ନେଇ ପଦକ୍ଷେପ ନେବାକୁ କହିଛନ୍ତି।

Leave A Reply

Your email address will not be published.