Odisha Link
Bridging the Missing Links in Odisha

ନକଲି ସାମ୍ବାଦିକ ଗିରଫ, ଲୁଟୁଥିଲେ ଟଙ୍କା

ବରଗଡ: ଗିରଫ ହେଲେ ନକଲି ସାମ୍ବାଦିକ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଲୁଟୁଥିଲେ ଟଙ୍କା। ଏହି ନକଲି ସାମ୍ବାଦିକଙ୍କୁ ଗିରଫ କରିଛି ବରଗଡ ପୁଲିସ। ନିଜକୁ ସାମ୍ବାଦିକର ପରିଚୟ ଦେଇ ଏକ ବୋଲେରୋ ଗାଡରେ News 24 ଲେଖି ବିଭିନ୍ନ ପଞ୍ଚାୟତକୁ ଯାଇ ଯୋଗାଣ ସହାୟକଙ୍କଠାରୁ ଆଦାୟ କରିଛନ୍ତି ଟଙ୍କା।ଏନେଇ ଖବର ପାଇ ଅମ୍ବାଭୋନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଗିରଫ କରିଛନ୍ତି।

କପାସିରା ସରପଞ୍ଚ ବିଷ୍ଣୁ ପ୍ରଧାନଙ୍କ ଲିଖିତ ଅଭିଯୋଗ ପରେ ପୁଲିସ ଏକ ୪୨୦ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତମାନେ ହେଲେ ଆଶିଷ କୁମାର ଭୁଏ, ବିସ୍ବପତି ସାହୁ, ଭାଗିରଥୀ ଭୋଇ। ୩ ଅଭିଯୁକ୍ତ ଗିରଫ ପରେ କୋର୍ଟ ଚାଲାଣ କରିଛି ପୁଲିସ।

ସେମାନଙ୍କଠାରୁ ବ୍ୟବହୃତ ଗୋଟିଏ ବୋଲୋରୋ ଗାଡି, News24 ବୁମ୍, ୨ଟି ଆଇକାର୍ଡ, ୫ଟି ମୋବାଇଲ, ଗୋଟିଏ ଲାପଟପ୍ ଜବତ କରିଛି ପୁଲିସ।

ଅଭିଯୁକ୍ତମାନେ ଗୁଗୁଲ ପେ ମାଧ୍ୟମରେ ଟଙ୍କା ନେଉଥିଲେ। ଯୋଗାଣ ସହାୟକ ଦେବେନ୍ଦ୍ର ବେହେରାଙ୍କ ଠାରୁ ୧୦,୦୦୦, ଅଶୋକ ପଟେଲଙ୍କ ଠାରୁ ୬,୦୦୦, ତାରା ସାହୁଙ୍କ ଠାରୁ ୨,୦୦୦ ଟଙ୍କା କରି ମୋଟ୍ ୧୮ହଜାର ଟଙ୍କା ବାସନ୍ତୀ ସାହୁ ନାମକ ଜଣେ ମହିଳାଙ୍କ ଆକାଉଣ୍ଟକୁ ଟ୍ରାଞ୍ଜାକ୍ସନ ହୋଇଥିବା ଅଭିଯୁକ୍ତମାନେ ସ୍ବୀକାର କରିଛନ୍ତି।

Leave A Reply

Your email address will not be published.