Odisha Link
Bridging the Missing Links in Odisha

ଘୁଞ୍ଚିଲା ଟିକା ଟେଣ୍ଡର ପ୍ରକ୍ରିୟା

ଭୁବନେଶ୍ୱର: ଟିକା ପାଇଁ ଆଜି ହେବାକୁ ଥିବା ଗ୍ଲୋବାଲ୍ ଟେଣ୍ଡରକୁ ଘୁଞ୍ଚାଇଛନ୍ତି ରାଜ୍ୟ ସରକାର। ଟିକା ଟେଣ୍ଡର ପ୍ରକିୟାକୁ ୧ ସପ୍ତାହ ପାଇଁ ଘୁଞ୍ଚାଇ ଦିଆଯାଇଛି। ତେବେ ଟିକାକରଣକୁ ତ୍ୱରାନ୍ୱିତ କରିବା ପାଇଁ ରାଜ୍ୟ ସରକାର ଗ୍ଲୋବାଲ୍ ଟେଣ୍ଡର୍ ଆରମ୍ଭ କରିଥିଲେ। ଆଜି ସରିବାକୁ ଥିବା ଏହି ପ୍ରକ୍ରିୟା ଜୁନ୍ ୪ ତାରିଖକୁ ଘୁଞ୍ଚାଇ ଦିଆଯିବା ନେଇ ସୂଚନା ମିଳିଛି।

୨ଟି କାରଣ ପାଇଁ ଏହି ତାରିଖକୁ ୭ ଦିନ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ପ୍ରଥମତଃ ଭେଣ୍ଡରଙ୍କ ଅନୁରୋଧ ଏବଂ ବାତ୍ୟା ୟାସ୍‌ ପାଇଁ ସରକାର ଏହି ତାରିଖ ଘୁଞ୍ଚାଇଛନ୍ତି। ଅର୍ଥାତ ଜୁନ୍‌ ୪ ତାରିଖରେ ଟେଣ୍ଡର୍‌ ଆହ୍ୱାନ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ମେ ୧୫ ତାରିଖରେ ରାଜ୍ୟ ସରକାର ଟିକାର ଅଭାବର ଦୂରୀକରଣ ପାଇଁ ବିଶ୍ୱର ଅଗ୍ରଣୀ ଟିକା ପ୍ରସ୍ତୁତକାରୀ କମ୍ପାନୀ ମାନଙ୍କଠାରୁ ୩.୮ କୋଟି ଟିକା କିଣିବା ପାଇଁ ଗ୍ଲୋବାଲ୍ ଟେଣ୍ଡର ଆରମ୍ଭ କରିଥିଲେ।

Leave A Reply

Your email address will not be published.