Odisha Link
Bridging the Missing Links in Odisha

କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ କୁଆଡ଼େ ଗଲା: ଜୟନାରାୟଣ ମିଶ୍ର

୫ଟି ସ୍କୁଲକୁ ଦିଆଯାଇଥିବା କଂପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ।

ଓଏଲ୍‌ ବ୍ୟୁରୋ: ବିଭିନ୍ନ ପ୍ରସଙ୍ଗକୁ ନେଇ ଜାରି ରହିଛି ବିଧାନସଭା ଅଧିବେଶନ। ଗୃହରେ ବିରୋଧୀଦଳ-ଶାସକଦଳ ମଧ୍ୟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ମୁହାଁମୁହିଁ ହେଉଥିବା ଜଣା ପଡିଛି। ତେବେ ଆଜି ସମସ୍ତ ପ୍ରସଙ୍ଗ ମଧ୍ୟରେ ଜାଲ୍ ସାର୍ଟିଫିକେଟ ଓ କୋଟିଆକୁ ନେଇ ବିଧାନସଭା ସରଗରମ ହୋଇଛି। ଉଭୟ ପ୍ରସଙ୍ଗକୁ ନେଇ ସରକାରଙ୍କୁ ଘେରିଲେ ବିଜେପି, କଂଗ୍ରେସ।

ଶୂନ୍ୟକାଳରେ ସୀମା ବିବାଦ ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର। ସେ କହିଥିଲେ, କୋଟିଆ ଗ୍ରାମପୁଞ୍ଜ ଓ ୨୧ ଗାଁରେ ହସ୍ତକ୍ଷେପ କରୁଛି ଆନ୍ଧ୍ର। ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ସେ ଅଞ୍ଚଳର ଲୋକଙ୍କୁ ପ୍ରଲୋଭିତ କରୁଛନ୍ତି। କୋଟିଆ ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜ କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଥିଲେ ଜୟନାରାୟଣ ମିଶ୍ର। ଅନ୍ୟ ରାଜ୍ୟ ସହ ଥିବା ସୀମା ବିବାଦ ନେଇ କଣ ପଦକ୍ଷେପ ନିଆଯାଇଛି।

ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଆହୁରି ମଧ୍ୟ କହିଛନ୍ତି, ବଲାଙ୍ଗିର ଜାଲ୍ ସାର୍ଟିଫିକେଟ ରାକେଟରେ ବଣିକର କଣ ସଂପର୍କ ରହିଛି। ୫ଟି ସ୍କୁଲକୁ ଦିଆଯାଇଥିବା କଂପ୍ୟୁଟରରେ ସୁବ୍ରତ ଛାଟୋଇଙ୍କ ଭୂମିକା କଣ। ୫ଟି ସଚିବ ଓ ଆଇଟି ସଚିବଙ୍କ ସହ ତାଙ୍କର କଣ ସଂପର୍କ ବୋଲି ପ୍ରଶ୍ନ କରିଛନ୍ତି ଜୟନାରାୟଣ ମିଶ୍ର। ଗୃହରେ ଏନେଇ ସରକାର ଉତ୍ତର ରଖନ୍ତୁ ଦାବି କରିଛନ୍ତି ଜୟନାରାୟଣ। ବିରୋଧୀଙ୍କ ହଟ୍ଟଗୋଳ ପାଇଁ ଗୃହ କାର୍ଯ୍ୟକୁ ୪ଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ବାଚସ୍ପତି।

Leave A Reply

Your email address will not be published.